Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ପ୍ରତିଦିନ କବରସ୍ତାନକୁ ଯାଇ କଙ୍କାଳ ସହ ଖେଳନ୍ତି ମହିଳା: କାରଣ ଅସ୍ପଷ୍ଟ, ଫଟୋ ଭାଇରାଲ

13/09/2021 at 6:38 PM

ନୂଆଦିଲ୍ଲୀ ୧୩/୦୯ : ଜଣେ ମହିଳାଙ୍କ ଏକ ଭୟଙ୍କର ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏକ କଙ୍କାଳ ସହ ଖେଳୁଛନ୍ତି। କଙ୍କାଳ ସହ ମହିଳା ଏମିତି ଖେଳୁଛନ୍ତି ସତେ ଯେମିତି ସେ ଏକ ଶିଶୁ। ସ୍ଥାନୀୟ କବରସ୍ତାନରେ ମହିଳା କଙ୍କାଳକୁ ନିଜ କୋଳରେ ଟେକି ଓ ତାକୁ ଧରିଥିବା ନଜର ଆସିଛନ୍ତି। ମହିଳାଙ୍କ କଡରେ ଏକ କୁକୁରର କଙ୍କାଳ ମଧ୍ୟ ନଜର ଆସିଛି। ସେହି କଙ୍କାଳଟି ବସିଛି।

ମାମଲା ବ୍ରିଟେନର ୟର୍କଶାୟରର। ଡେଲି ମେଲର ଏକ ରିପୋର୍ଟ ଅନୁଯାୟୀ, ୟର୍କଶାୟରର ‘ହଲ ଜେନେରାଲ’ ନାମକ ଏକ କବରସ୍ତାନରେ ମହିଳା ନନଙ୍କ ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି ଓ ଏକ କଙ୍କାଳ ସହ ଖେଳୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ମହିଳା କେବଳ ଗୋଟିଏ ନୁହେଁ ବରଂ କବରସ୍ତାନର ସବୁ କଙ୍କାଳ ସହ ଏହିଭଳି ଖେଳନ୍ତି। ମହିଳା ପ୍ରତିଦିନ ସବୁ କଙ୍କାଳକୁ ନିଜ କୋଳରେ ଟେକିଥାନ୍ତି।

ଏଥର ମଧ୍ୟ ଲୋକେ ମହିଳାଙ୍କୁ କବରସ୍ତାନରେ ଦେଖିଛନ୍ତି। ଲୋକେ ଦେଖିଲେ ନନ କଙ୍କାଳ ସହ ଅଚିନ୍ତା ଖେଳୁଛନ୍ତି ଓ ନାଚୁଛନ୍ତି। ରିପୋର୍ଟ ଅନୁଯାୟୀ ଜଣେ ପଥଚାରୀ ମହିଳାଙ୍କର ଏହା ଫଟୋ ଉଠାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ଲୋକେ ନିଜ ଗାଡିର ସ୍ପିଡ଼ ମଧ୍ୟ ସ୍ଲୋ କରିଦେଇଥିଲେ। ଲୋକେ ଆଶ୍ଚର୍ଯ୍ୟ ହୋଇ ମହିଳାଙ୍କୁ ଦେଖିଥିଲେ। ଫଟୋ ଭାଇରାଲ ହେବାପରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି। କିଛି ଲୋକେ କହିଛନ୍ତି ଯେ ଏହା ବୋଧହୁଏ କୌଣସି ପ୍ରୋଜେକ୍ଟର ଅଂଶ ହୋଇଥିବ। ଆଉ କିଛି ଲୋକେ କହିଛନ୍ତି ବୋଧହୁଏ କଙ୍କାଳ ସହ ମହିଳାଙ୍କର କୌଣସି ଭାବନାତ୍ମକ ସମ୍ପର୍କ ଥିବ। ତେବେ ସତ କଣ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ରିପୋର୍ଟରେ କୁହାଯାଇଛି ଯେ ୧୮୪୭ରେ ତିଆରି ହୋଇଥିବ ଏହି କବରସ୍ତାନକୁ ୧୯୭୨ ମସିହାରେ ବନ୍ଦ କରିଦିଆ ଯାଇଥିଲା। ଏଠାରେ ଅଧିକାଂଶ ୧୮୦୦ ମସିହା ସମୟରେ କାଲରା ମହାମାରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କୁ କବର ଦିଆଯାଇଥିଲା। ଅର୍ଥାତ ପ୍ରାୟ ୫୦ ବର୍ଷ ହେଲା ଏହି କବରସ୍ତାନ ବ୍ୟବହାର କରାଯାଉନାହିଁ। ତଥାପି ମହିଳା ଜଣକ ଲଗାତାର ଏଠାକୁ ଆସନ୍ତି।

   Related Posts