Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

‘ସମସ୍ତେ ମରିବେ’ ! ଏମିତି କହି ବିମାନରେ ମହିଳା ଯାତ୍ରୀଙ୍କ ଅଜବ ଆଚରଣ, ଅନ୍ୟମାନଙ୍କ ଉପରେ ମଧ୍ୟ ପକାଇଲେ ଛେପ, ଭିଡିଓ ଭାଇରାଲ

20/10/2020 at 10:32 PM

ନୂଆଦିଲ୍ଲୀ, ୨୦/୧୦:  ବିମାନରେ ମହିଳା ଯାତ୍ରୀଙ୍କ ଅଜବ କାରନାମା । ମାସ୍କ ପିନ୍ଧିବାକୁ ରାଜି ନହୋଇ ବରଂ ଆଣିଲେ ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ । ଏହାସହ ଅନ୍ୟ ଯାତ୍ରୀଙ୍କ ଆଡକୁ ମୁହଁ କରି କାଶିଲେ ମଧ୍ୟ । ଏପରି ଘଟଣା ଦେଖିବାକୁ ମିଳିଛି ସ୍କଟଲାଣ୍ଡର ଏକ ବିମାନରେ ।

ସୂଚନାନୁସାରେ, ରବିବାର ଇଜିଜେଟ୍ ଫ୍ଲାଇଟରେ ଜଣେ ମହିଳା ଯାତ୍ରୀ ଆୟାରଲ୍ୟାଣ୍ଡରୁ ଏଡିନବର୍ଗ ଅଭିମୁଖେ ଯାତ୍ରା କରୁଥିଲେ । ତେବେ ସେ କରୋନା କଟକଣା ମାନି ନଥିଲେ । ମୁହଁରେ ମାସ୍କ ମଧ୍ୟ ପିନ୍ଧି ନଥିଲେ । ତେବେ ମାସ୍କ ପିନ୍ଧିବାକୁ ବିମାର କର୍ମଚାରୀ ମହିଳାଙ୍କୁ କହିଥିଲେ । ଏହା ଶୁଣି ମହିଳାଜଣଙ୍କ ହିତାହିତ ଜ୍ଞାନ ହରାଇଥିଲେ ।

ଏପରିକି ମହିଳାଜଣଙ୍କ ସମସ୍ତେ ମରିବେ କହି ଚିତ୍କାର କରିଥିଲେ । ଏପରିକି ଅନ୍ୟ ଯାତ୍ରୀଙ୍କ ଉପରେ କାଶିଥିଲେ ।ଏହାର ଭିଡିଓ ମଧ୍ୟ କିଛି ଯାତ୍ରୀ ଉତ୍ତୋଳନ କରିଥିଲେ । ତେବେ ବିମାନ କର୍ମଚାରୀ ପରେ ମହିଳାଙ୍କୁ ବୁଝାସୁଜା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏତତ୍ ବ୍ୟତୀତ, ବିମାନ ଅବତରଣ କରିବା ପରେ ମହିଳାଙ୍କୁ ପୋଲିସ ଗିରଫ କରି ନେଇଥିଲା .

ବିମାନ କର୍ତୃପକ୍ଷଙ୍କ ସୂଚନାନୁସାରେ, ସଂପୃକ୍ତ ମହିଳା ଯାତ୍ରୀଜଣଙ୍କୁ ବିମାନରୁ ବାହାରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କାରଣ ସେ ନିୟମ ମାନୁନଥିଲେ । ମାସ୍କ ପିନ୍ଧିନଥିଲେ । ମାସ୍କ ପିନ୍ଧିବା କଥା କହିବାରୁ ସେ ରାଗି ଯାଇ ଏପରି ଆଚରଣ ପ୍ରଦର୍ଶନ କରିଥିଲେ ।

   Related Posts