୭୦୦୦୦ ଟଙ୍କା ଦେଇ ମହିଳା କିଣିଲେ 'ମିନି' ପର୍ସ : ଏତେ ଛୋଟ ଯେ ଟଙ୍କା ରଖିବା ମୁସ୍କିଲ୍

Published By : Prameya-News7 Bureau | September 14, 2021 IST

ନୂଆଦିଲ୍ଲୀ ୧୪/୦୯ : ସାଧାରଣତଃ ସମସ୍ତେ ବାହାରକୁ କି ବୁଲିବାକୁ ଗଲେ ସାଙ୍ଗରେ ବ୍ୟାଗ ନେଇକି ଯାଆନ୍ତି । କିନ୍ତୁ ବର୍ତ୍ତମାନ ସଭିଏଁ ଡ୍ରେସ୍‌କୁ ମ୍ୟାଚିଙ୍ଗ କରି ପର୍ସ ଧରୁଛନ୍ତି । କିଏ  ଛୋଟ ପର୍ସ ତ ଆଉ କିଏ ବଡ ପର୍ସ । କାହିଁକି ନା ମ୍ୟାଚିଙ୍ଗ କରିବା ସହ ଷ୍ଟାଇଲିସ୍‌ ଲାଗିବା ମଧ୍ୟ ଜରୁରୀ ଅଟେ । ତେବେ ଏମିତି  ଜଣେ ମହିଳା ଅଛନ୍ତି ଯିଏକି ୭୦ ହଜାର ଟଙ୍କା ଦେଇ ଅନଲାଇନ୍ ରେ ଏକ ମିନି ବ୍ୟାଗ୍ ଅର୍ଡର୍ କରିଥିଲେ । ହେଲେ ଯେତେବେଳେ ଡେଲିଭେରୀ ହେଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ସହ ଏହ କଣ ଘଟିଥିଲା ସେ ବୁଝି ପରି ନଥିଲେ ।

ତେବେ ସେ ଅର୍ଡର କରିଥିବା ବ୍ୟାଗ୍ ଟି ଏତେ ଛୋଟ ଯେ, ସେଥିରେ କିଛି ବି ଆପଣ ରଖିବା ପାଇଁ ଜାଗା ହେବାର ନଥିଲା । ବ୍ୟାଗ୍‌ଟିର ସାଇଜ୍ ଏତେ ଛୋଟ ଯେ, ଟଙ୍କା ରଖିବାକୁ ଭାବିବାକୁ ପଡିବ ଯେ ରଖିବା ପାଇଁ ଜାଗା କେଉଁଠି ଅଛି । କାହିଁକି ନା ସେଥିରେ କିଛି ବି ଫିଟ୍ ଆସିବ ନାହିଁ ।

{"id":511188,"width":609,"height":342,"sizeSlug":"full","linkDestination":"none"}
aajtak

Khloe Kalvina ନାମକ ଉକ୍ତ ମହିଳା ମିନି ବ୍ୟାଗ୍ କୁ ଅନଲାଇନ୍ ରେ ଅର୍ଡର କରିଥିଲେ ।ପରେ ଯେତେବେଳେ ଡେଲିଭେରୀ ହୋଇଥିଲା ତାକୁ ଦେଖି ସେ ଏକଦମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ସେ ଏହାର ଏକ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓକୁ ସେୟାର୍ କରି ମହିଳା ଲେଖିଛନନ୍ତି, “ଯେତେବେଳେ ଆମେ ମିନି କହୁ ବାସ୍ତବରେ ତାର ଅର୍ଥ ମିନି ହିଁ ହୋଇଥାଏ । ଏହା ସେ ଆହୁରି କହିଛନ୍ତି କି, ଅନଲାଇନ୍ ରେ ଦେଖିବା ପରେ ତାକୁ କିଣିବା ପାଇଁ ୬୭୫ ପାଉଣ୍ଡ ଅର୍ଥାତ୍ ୬୮ ହଜାର ୬୮୧ ଟଙ୍କା ଦେଇଥିଲେ ।

ମହିଳା ଜଣକ କହିଥିଲେ ଯେ, ଏହି ମିନି ବ୍ୟାଗ୍‌କୁ ସ୍ପାନିଶ ଡିଜାଇନର୍‌ Balenciaga ରୁ କିଣିଥିଲେ । ସେ ଏହି ବ୍ୟାଗ୍ କୁ ଏଥିପାଇଁ କିଣିବାକୁ ଚାହୁଁଥିଲେ ଯାହାଦ୍ୱାରା ସେ ଫୋନ୍ ଓ କ୍ୟାସ ରଖିପାରିବେ । ହେଲେ ବ୍ୟାଗ୍ ର ସାଇଜ୍ ଦେଖି ସେ ନିରାଶ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.