ଅନଲାଇନ୍‌ରେ ଶୁକ୍ରାଣୁ ଅର୍ଡର କରି ମା’ ହେଲେ ମହିଳା, ଜନ୍ମନେଲା ‘ଅନଲାଇନ୍‌ ବେବି’

Published By : Prameya-News7 Bureau | September 19, 2021 IST

ନୂଆଦିଲ୍ଲୀ ୧୯/୦୯: ଦୁନିଆରେ ମେଡିକାଲ ସାଇନ୍ସର ଅଗ୍ରଗ୍ରତି ହୋଇଥିବା ବେଳେ ପ୍ରତ୍ୟେହ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସେଥିମଧ୍ୟରୁ ଅନେକ ଆଶ୍ଚର୍ଯ୍ୟଜନକ। ବ୍ରିଟେନରୁ ଏମିତି ଏକ ଖବର ଆସିଥିବା ବେଳେ ସେଠାକାର ଜଣେ ମହିଳା ‘ଅନଲାଇନ୍‌ ବେବି’କୁ ଜନ୍ମ ଦେଇଛନ୍ତି।

ବିନା କୌଣସି ପାର୍ଟନରରେ ମହିଳା ପିଲା ଜନ୍ମ କରିଛନ୍ତି। ଏଥିପାଇଁ ସେ ଅନଲାଇନ୍‌ରୁ ସ୍ପର୍ମ (ଶୁକ୍ରାଣୁ) ଅର୍ଡର କରିଥିଲେ । ଜନ୍ମ ନେଇଥିବା ପିଲାକୁ ମହିଳା ଏବେ ଇ-ବେବି ବୋଲି କହୁଛନ୍ତି।  ଡେଲି ଷ୍ଟାରରେ ପ୍ରକାଶିତ ଖବର ମୁତାବକ, ବ୍ରିଟେନର ନନର୍ଥପର ବାସିନ୍ଦା ୩୩ ବର୍ଷୀୟା ଷ୍ଟେଫନୀଙ୍କର ଛାଡ଼ପତ୍ର ହୋଇସାରିଛି। ମହିଳାଙ୍କ ନିଜ ସ୍ବାମୀଙ୍କ ସହ ଏକ ପୁଅ ଅଛି।

ମହିଳା ଜଣଙ୍କ ଆଉ ଏକ ପିଲା ଜନ୍ମ ଦେବାକୁ ଚାହୁଁଥିଲେ। କିନ୍ତୁ ପତିଙ୍କ ଠାରୁ ଅଲଗା ହୋଇଯିବା ପରେ ସେ ଅନଲାଇନ୍‌ରେ ସ୍ପର୍ମ ଅର୍ଡର କରିବା କଥା ଚିନ୍ତା କରିଥିଲେ। ତାଙ୍କ ପାଖ​‌ରେ ଏତେ ଅର୍ଥ ନଥିଲା ଯେ ସେ ଆଇଭିଏଫ ମାଧ୍ୟମରେ ପିଲା ପାଇପାରିଥାନ୍ତେ। ଅନେକ ବନ୍ଧୁଙ୍କୁ ପଚାରିବା ପରେ ଶେଷରେ ଷ୍ଟେଫନୀ ନିଜେ ଏକ ଆଇଡିଆା ପାଇଥିଲେ।

ତାପରେ ସେ ଏକ ବେବି ଆପ୍‌ ଜରିଆରେ ସ୍ପର୍ମ ଅର୍ଡର କରିଥିଲେ ।ଏହା ସହ ସେ ଏକ ଇନସୋମିନେସନ୍‌ କିଟ ମଧ୍ୟ ମଗାଇଥିଲେ। ୟୁଟ୍ୟୁବର ଏସବୁର ବ୍ୟବହାର ସମ୍ପର୍କରେ ଷ୍ଟେଫନୀ ଶିକ୍ଷା କରିଥିଲେ। ଏହାରି ଭିତରେ ସ୍ପର୍ମ ଡୋନର ତାଙ୍କ ଘରେ ଆସି ଶୁକ୍ରାଣୁ ଦେଇ ଯାଇଥିଲେ। ତାପ​‌ରେ ମହିଳା ସମସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ପ୍ରଥମ ଥର ହିଁ ତାଙ୍କୁ ସଫଳତା ମିଳିଥିଲା ଏବଂ ସେ ଏକ ଶିଶୁ କନ୍ୟାର ମା ହୋଇଥିଲେ । ମହିଳାଙ୍କ ମତରେ ଏହା ଏକ ଚମତ୍କାର ଏବଂ ଶିଶୁ କନ୍ୟାଟି ‘ଅନଲାଇନ୍‌ ବେବି’ ।।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.