Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଉଡାଜାହାଜରେ ହଠାତ ସମସ୍ତଙ୍କ ସାମ୍ନାରେ ମହିଳା ଯାତ୍ରୀଜଣଙ୍କ ଓହ୍ଲାଇ ଚାଲିଲେ ପୋଷାକ, ଅନ୍ତର୍ବସ୍ତ୍ର ବି ବାଦ୍ ଗଲାନି, ତା’ପରେ ହେଲା କ’ଣ… ଭିଡିଓ ଭାଇରାଲ

11/03/2021 at 1:37 PM

ମସ୍କୋ, ୧୧/୦୩ :   ହଜାର ଫୁଟ୍ ଉଚ୍ଚରେ ଉଡୁଥିଲା ବିମାନ । ହଠାତ ଜଣେ ମହିଳା ସମସ୍ତଙ୍କୁ ଚକିତ କରିଦେଲେ । ବିମାନ ଯାତ୍ରୀମାନେ ମଧ୍ୟ କେହି କିଛି ବୁଝିପାରିଲେନି  । କାରଣ ମହିଳାଜଣଙ୍କ ସମସ୍ତଙ୍କ ଆଗରେ ନିଜର ଅନ୍ତର୍ବସ୍ତ୍ର ଖୋଲିଦେଇଥିଲେ । ଏହାପରେ କିନ୍ତୁ ବିମାନରେ ଥିବା କର୍ମଚାରୀ ଏକ ରସିରେ ମହିଳାଙ୍କୁ ସିଟରେ ବାନ୍ଧି ପକାଇଥିଲେ । ଋଷର ଏକ ବିମାନରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ଚର୍ଚ୍ଚାରେ ।

ଡେଲି ମେଲର ରିପୋର୍ଟ ଅନୁସାରେ, କୁହାଯାଉଛି ଯେ, ବିମାନ ଯାତ୍ରା ବେଳେ ୩୯ ବର୍ଷୀୟା ମହିଳାଜଣଙ୍କ ନିଶାସକ୍ତ ଥିଲେ । ବିମାଟଟି ଉଡିଆ ଆରମ୍ଭ କରିବା ପରେ ସେ ସିଟରୁ ଉଟି ପଡିଥିଲେ । ଏହାପରେ କ୍ୟାବିନ ନିକଟରେ ଛିଡା ହୋଇଥିଲେ । ଏପରିକି ହଠାତ ନିଜର ପୋଷାକ ଖୋଲି ପକାଇଥିଲେ । ବିମାନ କର୍ମଚାରୀମାନେ ବାରମ୍ବାର ବାରଣ କରିବା ସତ୍ତ୍ୱେ ସେ କାହା କଥା ଶୁଣି ନଥିଲେ ।

ବାଧ୍ୟ ହୋଇ ବିମାନ କର୍ମଚାରୀ ଓ କିଛି ଯାତ୍ରୀ ମହିଳାଙ୍କୁ ତାଙ୍କ ସିଟରେ ବସାଇଥିଲେ । ଏହାପରେ ବି ମହିଳାଜଣଙ୍କ କିଛି ନଶୁଣିବାରୁ ସେମାନେ ତାଙ୍କୁ ଏକ ରଶିରେ ବାନ୍ଧି ପକାଇଥିଲେ । ବିମାନଟି ଅବତରଣ କରିବା ପରେ ହିଁ ରଶି ଖୋଲା ଯାଇଥିଲା । ସଙ୍ଗେ ସଙ୍ଗେ  ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ସେ ବିମାନରେ ଚଢିବା ପୂର୍ବରୁ ନିଶାଦ୍ରବ୍ୟ ସେବନ କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ।

   Related Posts