Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

‘ମୋ ଦ୍ୱାରା ବହୁତ ଭୁଲ କାମ କରାଯାଇଛି…ମୁଁ ଆଉ ପାରୁନି…’ ସୁଇସାଇଡ୍ ନୋଟ୍‌ରେ କାହିଁକି ଏମିତି ଲେଖିଲେ ମହିଳା ଅଫିସର ?

7/07/2020 at 3:40 PM

ଲକ୍ଷ୍ନୌ, ୦୭|୦୭:  ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ମହିଳା ପିସିଏସ ଅଧିକାରୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର କରିଛି । ସୁସାଇଡ ନୋଟରେ ସେ ବ୍ୟବସ୍ଥା ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି । ଆତ୍ମହତ୍ୟା କରିଥିବା ଅଧିକାରୀ ହେଲେ ମଣି ମଞ୍ଜରୀ ରାୟ । ସେ ମନିୟର ନଗର ପଞ୍ଚାୟତରେ ଉନ୍ନୟନ ଅଧକାରୀ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ମିଳିବା ପରେ ଜିଲ୍ଲାପାଳ ହରିପ୍ରସାଦ ସାହି, ଏସ୍‌ପି ଦେବେନ୍ଦ୍ର ନାଥଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ମିଳିଥିବା ସୁଇସାଇଡ୍ ନୋଟରେ ଲେଖାଯାଇଛି ଯେ, ତାଙ୍କୁ ରାଜନୀତିର ଚକ୍ରବ୍ୟୁହରେ ଫସାଇଦିଆଯାଇଛି । ତାଙ୍କ ସହ ବହୁତ ବଡ ଧୋକା ହୋଇଛି । ତାଙ୍କ ଦ୍ୱାରା ବହୁତ ଭୁଲ କାମ କରାଯାଇଛି ।

ସୋମବାର ରାତି ୧୦ଟାରେ ମହିଳା ଅଧିକାରୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଗାଜିପୁରରେ ରହୁଥିବା ମଣି ଜିଲ୍ଲା ମୁଖ୍ୟାଳୟ ନିକଟରେ ରହୁଥିଲେ । ସୋମବାର ସେ ଘରେ ଏକୁଟିଆ ଥିବା ବେଳେ ଆତ୍ମହତ୍ୟା କରିଥିବା କୁହାଯାଉଛି । 

   Related Posts