ପୋଷା କୁକୁର ପାଇଁ ପୁରା ବାୟା: ଚୋରି କୁକୁର ଖୋଜିବାକୁ ଉଡ଼ାଜାହାଜ ଭଡ଼ାରେ ନେଲେ, ୭ ହଜାର ଡଲାର ପୁରସ୍କାର ରଖିଲେ…
21/12/2019 at 12:48 PM

ସାନ ଫ୍ରାନସିସ୍କୋ୨୧/୧୨: ଆମେରିକାର ସାନ ଫ୍ରାନସିସ୍କୋର ଜଣେ ମହିଳା ୭୦୦୦ ଡଲାର ଏବଂ ଭାରତୀୟ ମୁଦ୍ରାରେ ୫ ଲକ୍ଷ ୨୫ ହଜାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମହିଳା କାହିଁକି ମୋଟା ଅଙ୍କର ପୁରସ୍କାର ରାଶି ଘୋଷଣା କରିଛନ୍ତି। ପ୍ରକୃତ କଥା ହେଲା ମହିଳାଙ୍କ ପୋଷାକ କୁକୁରଟିକୁ କିଏ ଚୋରି ହୋଇ ଯାଇଛି। ସେହି ପୋଷା କୁକୁରକୁ ଯେଉଁ ବ୍ୟକ୍ତି ଖୋଜି ଦେବେ ସେହି ବ୍ୟକ୍ତିଙ୍କୁ ୫ ଲକ୍ଷ ୨୫ ହଜାର ଟଙ୍କା ପୁରସ୍କାର ରାଶି ମିଳିବ ବୋଲି କୁକୁର ମାଲିକିଆଣୀ ଟାଲେର୍ମୋ ଘୋଷଣା କରିଛନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କୁକୁରକୁ ଖୋଜିବା ପାଇଁ ମହିଳା ଉଡ଼ାଜାହାଜ ଭଡ଼ାରେ ନେଇ ଉଡ଼ାଣ ଭରିଥିଲେ। ଏହିଉଡ଼ାଜାହାଜର ଭଡ଼ାର ଦାମ ଥିଲା ୧୨୦୦ ଡଲାର। ଶ୍ରଦ୍ଧାରେ ସେ କୁକୁରକୁ ଜାକ୍ସନ ନାଁରେ ଡାକୁଥିଲେ।

କୁକୁରର ମାଲିକିଆଣୀ ଟଲେର୍ମୋ କହିଥିଲେ ଯେ ତାଙ୍କର ୫ ବର୍ଷର ପୋଷା କୁକୁର ପାଇଁ ସେ କିଛି ବି କରିପାରନ୍ତି। ଜାକ୍ସନକୁ ଟଲେର୍ମୋ ବହୁତ ଭଲ ପାଉଥିଲେ। ଏକ ଗ୍ଲୋସୋରି ଦୋକାନ ନିକଟରୁ ଜାକ୍ସନକୁ କିଏ ଚୋରି କରି ନେଇଥିବା ଟାଲେର୍ମୋ କହିଥିଲେ।
କୁକୁରର ଅନୁନ୍ଧାନରେ ଟାଲେର୍ମୋ ଏକ ଓ୍ବେବସାଇଟ୍ରେ ବିଜ୍ଞାପନ ଦେଇଥିଲେ। ଯେଉଁଥିରେ ଉଲ୍ଲେଖ ଥିଲା ଯେ କୁକୁରକୁ ଯେଉଁ ବ୍ୟକ୍ତି ଖୋଜି ଦେବେ ସେହି ବ୍ୟକ୍ତିଙ୍କୁ ୭୦୦୦ ଡଲାର ପ୍ରଦାନ କରାଯିବ। ଏହି କୁକୁରଟିକୁ ଖୋଜିବା ପାଇଁ ଟାଲେର୍ମୋ ଏକ ଗୋ ଫାଉଣ୍ଡ ମି ଲଞ୍ଚ କରିଛନ୍ତି। ସେ ଦେଇଥିବା ସମୟ ସୀମା ପୂର୍ବରୁ ଯେଉଁ ବ୍ୟକ୍ତି କୁକୁରକୁ ଖୋଜିଦେବେ ତାଙ୍କୁ ଅଧିକ ଡଲାର ଦିଆଯିବ ବୋଲି ଟାଲେର୍ମୋ କହିଛନ୍ତି।