ସ୍ବାମୀଙ୍କ ସହ ବିନା ଶାରିରୀକ ସମ୍ପର୍କରେ ସନ୍ତାନ ପ୍ରସବ କଲେ ମହିଳା: ବିବାହର ୫ବର୍ଷ ପରେ ମଧ୍ୟ ଅକ୍ଷୁର୍ଣ୍ଣ ରହିଛି କୁମାରୀତ୍ବ

Published By : Prameya-News7 Bureau | March 19, 2019 IST

ଅହମଦନଗର ୧୯/୩: ମହାରାଷ୍ଟ୍ରର ଅହମଦନଗରରେ ରହୁଥିବା ଜଣେ ମହିଳାଙ୍କ ବିବାହକୁ  ୫ବର୍ଷ ହୋଇଗଲାଣି। କିନ୍ତୁ ଏହି ୫ବର୍ଷ ମଧ୍ୟରେ ସେ ତାଙ୍କ ସ୍ବାମୀଙ୍କ ସହ ଆଜି ପର୍ଯ୍ୟନ୍ତ ଶାରିରୀକ ସମ୍ପର୍କ ରଖିନାହାନ୍ତି। ଏହା ସତ୍ତ୍ବେ ମହିଳା ଗର୍ଭବତୀ ହୋଇଥିଲେ ଏବଂ ସେ ଗତ ମାସରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

{"id":95092,"width":597,"height":518}

୩୦ବର୍ଷ ବୟସ୍କା ରେବତୀଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା। ସେ ଅନଲାଇନ୍ ରେ ତାଙ୍କ ସ୍ବାମୀ ଚିନ୍ମୟଙ୍କ ସହ କଥା ହୋଇଥିଲେ। ଚିନ୍ମୟ ସେ ସମୟରେ ଆମେରିକାରେ ଥିଲେ। ବିବାହ ପରେ ଦୁହେଁ ଭାରତରୁ ଆମେରିକା ଚାଲି ଯାଇଥିଲେ। ସେଠାରେ ବିବାହ ପରେ ପ୍ରଥମ ଦିନ ରାତିରେ ରେବତୀ ତାଙ୍କ ସ୍ବାମୀଙ୍କୁ ନିଜ ସ୍ଥିତି ବିଷୟରେ କହି ଦେଇଥିଲେ। ତାଙ୍କ ସ୍ବାମୀଙ୍କୁ ଏଥିରେ କୈାଣସି ଆପତ୍ତି ନଥିଲା।

{"id":95093,"width":592,"height":511}

ବାସ୍ତବରେ ରେବତୀ ଭର୍ଜିନିଜମ୍ସ ନାମକ ଏକ ରୋଗରେ ଆକ୍ରାନ୍ତ ଥିଲେ। ଏପରି ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହ ଶାରିରୀକ ସମ୍ପର୍କ ରକ୍ଷା କରିବା ତାଙ୍କ ପକ୍ଷରେ ଅସମ୍ଭବ ଥିଲା। ସେ ଅନେକ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରିଥିଲେ କିନ୍ତୁ କୈାଣସି ଲାଭ ମିଳିନଥିଲା। ରେବତୀଙ୍କୁ ଯେତେବେଳେ ୨୨ବର୍ଷ ବୟସ ହୋଇଥିଲା ସେତେବେଳେ ସେ ଜାଣିପାରିଥିଲେ ଯେ ସେ କେବେ ଶାରିରୀକ ସମ୍ପର୍କ ରଖିପାରିବେ ନାହିଁ।  

{"id":95094,"width":590,"height":511}

ବିବାହ ପରେ ରେବତୀ ଡାକ୍ତରଙ୍କୁ ଦେଖାଇବାରୁ ଜଣାପଡ଼ିଥିଲା ଯେ ସେ ଭର୍ଜିନିଜମ୍ସ ନାମକ ରୋଗରେ ଆକ୍ରାନ୍ତ ଅଛନ୍ତି। ଏଥିପାଇଁ ସେ ଆଜି ପର୍ଯ୍ୟନ୍ତ ଭର୍ଜିନ ଅଛନ୍ତି। ଆଇଭିଏଫ(ଇନଭିର୍ଟୋ ଫର୍ଟିଲାଇଜେସନ) ଯୋଗୁଁ ସେ ଗର୍ଭବତୀ ହୋଇପାରିଥିଲେ ଏବଂ ଗତ ମାସ ଫେବୃୟାରୀ ୯ତାରିଖରେ ସାଧାରଣ ଡେଲିଭରି ଦ୍ବାରା ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

{"id":95099,"width":596,"height":517}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.