Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ମହିଳାଙ୍କ ଝୁଲନ୍ତା ଉଲଗ୍ନ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ! ସ୍ବାମୀ, ଶାଶୂ, ଶ୍ବଶୁର ଗିରଫ

15/11/2019 at 12:35 PM

ଉନ୍ନା ୧୫।୧୧: ହିମାଚଳ ପ୍ରଦେଶ ଉନ୍ନା ଜିଲ୍ଲାରେ ଅଜନୋଲି ଗାଁରେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାରେ ମହିଳାଙ୍କ ଶାଶୁ, ଶ୍ବଶୁର ଏବଂ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ହିମାଚଳ ପ୍ରଦେଶ ଉନ୍ନା ଜିଲ୍ଲାରେ ଅଜନୋଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଘରଠାରୁ କିଛି ଦୂରରେ ୨୭ବର୍ଷ ବୟସ୍କା ମିନାକ୍ଷୀଙ୍କ ମୃତଦେହ ଗାଁ ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତଦେହଟି ଉଲଗ୍ନ ଅବସ୍ଥାରେ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକ ପ୍ରଥମେ ତାଙ୍କ ପରିବାରଲୋକଙ୍କ ଖବର ଦେଇତିଲେ । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ମୃତ ମହିଳାଙ୍କ ପୋଷାକ ନିକଟସ୍ଥ ଏକ ନାଳରୁ ଜବତ କରାଯାଇଛି । ମିନାକ୍ଷୀଙ୍କ ସହ ଗଣଦୁଷ୍କର୍ମ ପରେ ସେ ଆତ୍ମହତ୍ୟା କରିଛନ୍ତି ଅଥବା ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ମିନାକ୍ଷୀଙ୍କୁ ତାଙ୍କ ଶ୍ବଶୁରଘର ଲୋକେ ପ୍ରତାରିତ କରିବା ସହ ତାଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ପୋଲିସ ଶ୍ବଶୁରଘର ଲୋକଙ୍କ ବିରୋଧରେ ମିନାକ୍ଷୀଙ୍କୁ  ପ୍ରତାରିତ କରିବା ଏବଂ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ମାମଲା ରୁଜୁ କରିଛି । ଶ୍ବଶୁରଘରଲୋକଙ୍କ ବିରୋଧରେ ଆଇପିସି ଧାରା ୪୯୮ଏ, ୩୦୬ ଏବଂ ୩୪ରେ ମାମଲା ରୁଜୁ କରି ଶାଶୁ, ଶ୍ବଶୁର ଏବଂ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts