Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ପ୍ରଥମାଷ୍ଟମୀ ଭାର କମ ଆସିବାରୁ ବଧୂ ହତ୍ୟା ଅଭିଯୋଗ

29/11/2018 at 5:50 PM

ଭଦ୍ରକ ୨୯/୧୧ : ବାପା ଘରେଲୋକେ ଅଷ୍ଟମୀ ଭାରରେ କମ ଟଙ୍କା ଦେବାରୁ ଶ୍ୱଶୁର ଘରେଲୋକେ ବଧୂହତ୍ୟା କରିଥିବା ଅଭିଯୋଗ ହୋଇଛି | ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଆରଡ଼ି ଅଂଚଳରୁ | ମୃତକ ହେଉଛନ୍ତି ଆରଡ଼ି ଗାଁର ବିଭୀଷଣ ପଣ୍ଡାଙ୍କ ସ୍ତ୍ରୀ ଧରିତ୍ରୀ ପଣ୍ଡା | ଧରିତ୍ରୀ ତିନି ବର୍ଷ ପୂର୍ବରୁ ଆରଡ଼ିର ବିଭୀଷଣ ପଣ୍ଡାଙ୍କୁ ବିବାହ କରିଥିଲେ | ଗତ ବର୍ଷ ପ୍ରଥମାଷ୍ଟମୀରେ ବାପଘର ତରଫରୁ ୮୦୦ ଟଙ୍କା ଦିଆଯାଇଥିଲା | ହେଲେ ଏଥର ୪୦୦ ଟଙ୍କା ଅଷ୍ଟମୀ ଭାରରେ ଦିଆଯିବାରୁ ଧରିତ୍ରୀଙ୍କୁ ଶାଶୁଘର ଲୋକେ ଗାଳିଗୁଲଜ କରିଥିଲେ | ଧରିତ୍ରୀ ଏ ବାବଦରେ ଫୋନ ଯୋଗେ ବାପଘର ଲୋକଙ୍କୁ ଜଣାଇଥିଲେ | ପରେ ଧରିତ୍ରୀ ଘରେ ଦୌଡ଼ି ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଶାଶୁଘର ଲୋକେ କହିଛନ୍ତି | ଅନ୍ୟ ପଟେ ଧରିତ୍ରୀଙ୍କୁ ହତ୍ୟା କରି ତାଙ୍କୁ ଟାଙ୍ଗି ଦେଇଥିବା ଧରିତ୍ରୀଙ୍କ ଭାଇ ଅଭିଯୋଗ କରିଛନ୍ତି | ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି | ଘଟଣାର ତଦନ୍ତ ଜାରି ରହିଛି |

   Related Posts