ଧାରୁଆ ଅସ୍ତ୍ରରେ ମହିଳାଙ୍କ ଗଳାକାଟି ହତ୍ୟା

Published By : Prameya-News7 Bureau | August 17, 2019 IST

ସୋନପୁର ୧୭|୮: ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି  । ଗାଁର ୫୦ ବର୍ଷ ବୟସ୍କା ଜଣେ ମହିଳାଙ୍କୁ ନିଜ ଘର ପଛପଟେ ବାଡିରେ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

{"id":145306}

ସୂଚନାଯୋଗ୍ୟ ଯେ, ଭୋରରୁ ଲକ୍ଷ୍ମୀ ବାରିକ ରାତ୍ରିଭୋଜନ ସାରି ବାସନ କୁସନ ଧୋଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ହଠାତ୍ ଆକ୍ରମଣ କରିଥିଲା  । ଧାରୁଆ ଅସ୍ତ୍ରରେ ତାଙ୍କ ଗଳା କାଟି ଦେଇଥିଲେ । କିଛି ସମୟ ପରେ ପରିବାର ଲୋକେ ବାଡିପଟକୁ ଯିବା ପରେ ଲକ୍ଷ୍ଣୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ  । ମୃତା ଲକ୍ଷ୍ମୀ ବାରିକଙ୍କ ସ୍ବାମୀ ବଳଭଦ୍ର ବାରିକ ନିଜ ପତ୍ନୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପାଖରେ ଅଭିଯୋଗ କରିଛନ୍ତି  । ଲଛିପୁର ଫାଣ୍ଡି ଓ ଡୁଂଗୁରିପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.