ମହିଳାଙ୍କ ଇଶାରାରେ ସ୍ଵାମୀଙ୍କୁ ହତ୍ୟାକଲା ଦିଅର, ଅବୈଧ ସଂପର୍କ ଥିଲା ହତ୍ୟା ପଛର କାରଣ

Published By : Prameya-News7 Bureau | February 12, 2019 IST

ହସନଗଂଜ ୧୨/୨-ବିବାହର ମାତ୍ର ଦଶଦିନ ଯାଇନି ଦିଅର ସହ ହୋଇଗଲା ପ୍ରେମ । ଏହି ପ୍ରେମ ସଂପର୍କରୁ ଦିଅର ମାଧ୍ୟମରେ ମାରିଲା ସ୍ଵାମୀଙ୍କୁ ।

ଏହିଭଳି ଘଟଣା ଦେଖିବାକୁ ମିଳିଛି ହସନଗଂଜ ବରାତିଖେଡ଼ା କାକେରୀ ଥାନା ଅଂଚଳରେ । ଉମାଦେବୀ ନାମକ ଜଣେ ମହିଳା କରିଛି ଏଭଳି କାଣ୍ଡ ।

ପାଦରୁ ଲିଭିନି ଅଳତା, ହାତରୁ ଛାଡ଼ିନି ମେହେନ୍ଦି ହେଲେ ସ୍ବାମୀକୁ ହତ୍ୟା କରିଛି ମହିଳା । ଝିଅଟିଏର ଈପ୍ସିତ ସ୍ଵପ୍ନଥାଏ ବିବାହ କରିବା ଓ ତାର ମନର ମଣିଷ ସହ ସାରାଜୀବନ ସାଥୀ ହୋଇ ରହିବା । ବେଳେବେଳେ ଏମିତି କିଛି କାରଣ ଆସି ମଝିରେ ଠିଆ ହୁଏ, ନେବାକୁ ପଡ଼େ ଭୁଲ ନିଷ୍ପତ୍ତି ।

କାକେରୀ ଥାନା ଅଂଚଳରେ ଘଟିଥିବା ଏହି ହତ୍ୟାକାଣ୍ଡର ପୋଲିସ କରିଛି ମହାଖୁଲାସା । ଉମାଦେବୀ ବିବାହର ଦଶଦିନ ମଧ୍ୟରେ ଦିଅର ଅନୁପ ପ୍ରେମରେ ପଡ଼ିଯିବା ପରେ ଏଭଳି ଭୁଲ ନିଷ୍ପତ୍ତି ନେବାକୁ ସିଦ୍ଧାନ୍ତ ନେଇଥିଲେ ବୋଲି ପୋଲିସ କହିଛି ।

ଉମାଦେବୀ ଦିଅର ସହିତ ରହିବାକୁ ଚାହୁଁଥିଲେ ବି ସ୍ଵାମୀ ଥିଲେ ମଝିରେ ପ୍ରତିବନ୍ଧକ । ଏହିକଥା ଦିଅରକୁ କହିବା ପରେ ପ୍ରଥମେ ଦିଅର ରାଜି ହୋଇ ନଥିଲେ । କିନ୍ତୁ ପରେ ଉମାଦେବୀ ପ୍ରେମରେ ଫସାଇ ସ୍ବାମୀଙ୍କୁ ଜୀବନରୁ ମାରିଦେବାକୁ କରିଥିଲେ ଯୋଜନା ।

ଉମା ନିଜର ଜଣେ ସାଙ୍ଗ ସହ ଦିଅର ସହ ପ୍ରଥମେ ପରିଚୟ କରିଥିଲେ । ତା ପରେ ଦିଅର ଓ ଉମାର ସାଙ୍ଗ ମିଶି ତାଙ୍କ ସ୍ଵାମୀଙ୍କୁ କରିଥିଲେ ହତ୍ୟା ।

ସ୍ବାମୀର ହତ୍ୟା ପରେ ତାଙ୍କୁ ନେଇ ଫିଙ୍ଗିଦେଇଥିଲେ ଘରଠାରୁ ୨କି.ମି. ଦୂରରେ ଥିବା ଏକ କେନାଲରେ ।

ଏହି ଘଟଣା ଗ୍ରାମବାସୀ ପୋଲିସକୁ ଜଣାଇବାପରେ ପୋଲିସ ଉମାଦେବୀ ଓ ତାଙ୍କ ଦିଅର ଅନୁପକୁ ଗିରଫ କରି କରିଥିଲା କୋର୍ଟ ଚାଲାଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.