Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମୋର ସ୍ଵାମୀ ନୁହେଁ ..ତମେ ଦରକାର …ପ୍ରେମିକ ସହ ରହିବାକୁ ସ୍ଵାମୀଙ୍କୁ ହତ୍ୟାକଲେ ମହିଳା

3/04/2019 at 7:16 PM

ଗୁରୁଗ୍ରାମ ୩/୪-ସ୍ଵାମୀଙ୍କ ସହ ରହିବାକୁ ଟିକେ ବି ସୁଦ୍ଧା ମନ ନଥିଲା ମହିଳାଙ୍କର । ସେ ଚାହୁଁଥିଲେ ନିଜର ପ୍ରେମିକ ସହ ସାରାଜୀବନ କାଟିବାକୁ । ସେଥିପାଇଁ ହତ୍ୟା କରିବାକୁ କଲେ ଯୋଜନା ପ୍ରସ୍ତୁତ ।

ଏହିଭଳି ଅଭାବନୀୟ ଘଟଣାର ମୁଖ୍ୟ ଆସାମୀ ଥିଲେ ରାଧା ନାମକ ଜଣେ ମହିଳା । ସେ ରାକେଶକୁ ବିବାହ କରିଥିଲେ ବି ମନ ବୁଝୁ ନଥିଲା । ପଂଜରୁୀ ଭିତରେ ରହିବାଭଳି ଲାଗୁଥିଲା । ଏଣେ ଚୋରା ପୀରତି ସବୁଦିନ ପାଇଁ ଲୁଚି ରହି ନଥିଲା । ସ୍ବାମୀଙ୍କ ଆଖିରେ ଥରେ ଦୁଇଥର ବି ଅସଂଯତ ଅବସ୍ଥାରେ ପଡ଼ିଛି ଏହି ଘଟଣା । ସ୍ବାମୀ ଏହି ଘଟଣାକୁ ବାରମ୍ବାର ବିରୋଧ କରିଥିଲେ ବି ସେମାନେ ପୂର୍ବଭଳି ସେମିତି ସଂପର୍କ ରଖୁଥିଲେ । ଫଳରେ ପାରିବାରିକ ଝଗଡ଼ା ବି ଲାଗି ରହୁଥିଲା ।

ପ୍ରେମିକ ସହ ରହିବାକୁ ସାରାଜୀବନ ସ୍ଵାମୀ ରାକେଶକୁ ମାରିବାକୁ କରିଥିଲେ ଯୋଜନା ପ୍ରସ୍ତୁତ । ସେମାନେ ଘଟଣାଦିନ ଘରେ ଅସଂଯତ ଅବସ୍ଥାରେ ଥିଲେ । ଏହି ସମୟରେ ରାକେଶ ଘରେ ପଶି ଏସବୁ ଘଟଣା ଦେଖିଥିଲେ । ରାକେଶ ଘରକୁ ଗଲା ପରେ ରାଧା ଓ ପ୍ରେମିକ ମନିଷ ମିଶି ଗଳାଚିପି କରିଥିଲେ ହତ୍ୟା ।

ଏହି ଘଟଣାରେ ସେମାନେ ଘରୁ ଫେରାର ହୋଇଯାଇଥିଲେ । ପୋଲସ ରାଧାର ମୋବାଇଲ ଟ୍ରାକ କରି ଉଭୟଙ୍କୁ ଧରିବାକୁ ହୋଇଥିଲା ସକ୍ଷମ ।

   Related Posts