ମହିଳାଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା

Published By : Prameya-News7 Bureau | April 01, 2019 IST

ଗଂଜାମ ୧/୪: ଗଂଜାମ ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝୁରୀ ଠାରେ ମହିଳାଙ୍କୁ ହତ୍ୟା କରାଯାଇଛି।  ଗତ ରାତିରେ ଘରେ ଏକା ଥିବାବେଳେ ଏକାଧିକ ବ୍ୟକ୍ତି ପଶି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଓ ସାଇଣ୍ଟିଫିକ ଟିମ୍ ପକ୍ଷରୁ ତନାଘନା ଜାରି କରାଯାଉଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

ମହିଳାଙ୍କୁ କାହିଁକି ଏବଂ କିଏ ହତ୍ୟା କଲା ଏବଂ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି କି ଏସବୁ ଦିଗକୁ ନେଇ ପୋଲିସ ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ ଆରମ୍ଭ କରିଛି। ମହିଳାଙ୍କ ନାଁ ବିଜୟ ଲକ୍ଷ୍ମୀ ନାୟକ। ତାଙ୍କ ସ୍ବାମୀ ବିଶ୍ବନାଥ ନାୟକ ଯିଏକି ବିଦେଶରେ ରହି କାର୍ଯ୍ୟକରୁଥିବା ବେଳେ ତାଙ୍କର ଦଶମ ଶ୍ରେଣୀର ଝିଅ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ ଗତକାଲି ସମ୍ପର୍କୀୟଙ୍କ ଘର ବେଲପଡ଼ାକୁ ଯାତ୍ରା ଦେଖିବାକୁ ଯାଇ ସେଠାରେ ରହି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.