ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ଦେଢବର୍ଷ ତଳେ ହୋଇଥିଲା ବିବାହ

Published By : Prameya-News7 Bureau | January 21, 2020 IST

ଯାଜପୁର ୨୧।୧: ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ବରୀ ଥାନା ଅନ୍ତର୍ଗତ ଶଙ୍କରାକୂଳ ଗ୍ରାମରେ । ‌ଦେଢବର୍ଷ ତଳେ ବିବାହ ହୋଇଥିବା ବୋହୂଙ୍କୁ ଶ୍ବଶୁରଘର ଲୋକେ ମାଡ ମାରି ହତ୍ୟା କରିଥିବା ଝିଅର ବାପଘର ଲୋକେ ଅଭିଯୋଗ ଆଣିଛନ୍ତି ।

{"id":214165,"sizeSlug":"large"}

ସୂଚନାଯୋଗ୍ୟ ଯେ, ସଦର ଥାନାର ଉପର ବରୁହାଁ ଗ୍ରାମର ବ୍ରଜ କିଶୋର ଦାସଙ୍କ ଝିଅ ତୁଳସୀ ବରୀ ଥାନାର ଶଙ୍କାରାକୂଳ ଗ୍ରାମର ଭିକାରି ମଲ୍ଲିକଙ୍କ ପୁଅ ରାମ ମଲ୍ଲିକଙ୍କୁ ୨୦୧୮ ମସିହା ଏପ୍ରିଲ ମାସ‌ରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲେ ମଧ୍ୟ ଶ୍ବଶୁରଘର ଲୋକ ଅଧିକ ଯୌତୁକ ଦାବି କରି ଆସୁଥିଲେ । ଏନେଇ ସେ ଝିଅକୁ ଶାରୀରିକ ଓ ମାନସିକ ନିର୍ଯାତନ ଦେଇ ଆସୁଥିଲେ ।

{"id":214166,"sizeSlug":"large"}

ପୂର୍ବରୁ ଦୁଇ ପକ୍ଷ ଲୋକ ଏହାକୁ ନେଇ ଆଲୋଚନା କରିବା ପରେ ସୁବିଧା ହେଲେ ଶ୍ବଶୁରଘର ଲୋକଙ୍କୁ ବାପଘର ଲୋକ ଟଙ୍କା ଦେବେ ବୋଲି କଥା ହୋଇଥିଲା । ଏହା ସତ୍ତ୍ବେ ବି ଘରେ ସ୍ବାମୀ ନଥିବା ଅବସ୍ଥାରେ ନଣନ୍ଦମାନେ ତୁଳସୀଙ୍କୁ ବହୁ ନିର୍ଯାତନା ଦେଇ ଚାଲିଥିଲେ । ଗତକାଲି ଶ୍ବଶୁରଘର ଲୋକ ତୁଳସୀଙ୍କୁ ମାଡ ମାରିବା ସହ ପେଜ ଢାଳି ପୋଡି ମାରି ଦେଇଥିବା ଖବର ପାଇଁ ବାପଘର ଲୋକ ସେଠାରେ ପହଞ୍ଚି ‌ଯୌତୁକ ପାଇଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.