ଦ୍ବିତୀୟ ସ୍ତ୍ରୀକୁ ପିଟି ମାରିଦେଲା, ମୃତଦେହକୁ ଲୁଚାଇ ରଖିଥିଲା : ହତ୍ୟାକାରୀକୁ ଖୋଜୁଛି ପୋଲିସ

Published By : Prameya-News7 Bureau | February 19, 2020 IST

ଉଦଳା ୧୯।୨: ସ୍ବାମୀ କରିଥିଲେ ଦ୍ବିତୀୟ ବିବାହ । ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । ଏହି ଝଗଡା ଏତେ ଉଗ୍ର ରୂପ ନେଲା ଯେ, ଦ୍ବିତୀୟ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଘଟଣା ଲୁଚାଇବାକୁ ଯାଇ ଗୋଟିଏ ଦିନ ମୃତଦେହକୁ ଘରେ ଲୁଚାଇ ରଖିଥିଲେ । ଖବର ପାଇ ପୋଲିସ ମୃତଦେହକୁ ଉଦ୍ଧାର କରିଛି । ଅଭିଯୋଗରେ ଶ୍ବଶୁର ଘର ଲୋକଙ୍କୁ ଥାନାରେ ଅଟକ ରଖିଥିବାବେଳେ ସ୍ବାମୀ ଫେରାର ହୋଇଯାଇଛି । ଏଭଳି ଘଟଣା ଘଟିଛି ଶରତ ଥାନା ଅଞ୍ଚଳରେ । 

{"id":226262,"sizeSlug":"large"}

ରୁଗୁଡି ଗ୍ରାମର ଗୁରା ସାଏ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିବାବେଳେ ଦୁଇ ବର୍ଷ ପୂର୍ବେ ଦେବାନବାହାଳି ଗ୍ରାମର ଜିରେ ସାଏକୁ ଦ୍ବିତୀୟ ବିବାହ କରିଥିଲେ । ବିବାହ ପରଠାରୁ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ଗତ ରବିବାର ରାତିରେ ଗୁରା ସାଏ ଏବଂ ତାଙ୍କ ଦ୍ବିତୀୟ ସ୍ତ୍ରୀ ଜିରେ ସାଏ ମଧ୍ୟରେ ଝଗଡା ହୋଇଥିଲା । ସୋମବାର ଦିନ ଏହି ଘଟଣାକୁ କେନ୍ଦ୍ର କରି ଜିରେକୁ ଗୁରା ଏକ ବାଡିରେ ପିଟି ପିଟି ମାରି ଦେବା ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲା । ଏହାପରେ ସେ ସେଠାରୁ ଫେରାର ହୋଇଯାଇଥିଲେ ।

{"id":226263,"sizeSlug":"large"}

ତେବେ ଗତକାଲି ମୃତକ ଜିରେର ପରିବାର ଲୋକେ ଜାଣିବା ପରେ ଏ ନେଇ ଶରତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମୃତକର ଶ୍ବଶୁର, ଶାଶୁ ଏବଂ ସଉତୁଣୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.