Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ନିର୍ମମ ହତ୍ୟା, ମୃତଦେହ ନିକଟରେ ପଡିଛି ଗରା

30/12/2020 at 1:01 PM

ଉଦଳା ୩୦।୧୨: ରାସ୍ତାରେ ପଡିଛି ମୃତଦେହ । ପାଖରେ ପଡିଛି ଗରା । ଗୁଣିଗାରେଡି ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ । ଅତି ବୀଭତ୍ସ ଭାବେ ଗାଁ ରାସ୍ତାରେ ମହିଳାଙ୍କ ବେକ କାଟି ହତ୍ୟା କରାଯାଇଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗ୍ରାମରେ । 

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଶାରୀଶୁଆ ଗାଁର ଖଇରୀ ମହାନ୍ତ ମଙ୍ଗଳବାର ସନ୍ଧ୍ୟା ସମୟରେ ପାଣି ଆଣିବା ପାଇଁ ଗରା ଧରି ନଳକୂପ ନିକଟକୁ ଯାଇଥିଲେ । ସେ ସମୟରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଛି ।

ଗାଁର ଅନିଲ ମହାନ୍ତ ଦୀର୍ଘ ବର୍ଷ ହେବ ବିବାହ କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ତାନ ନଥିଲେ । ଖଇରୀ ମହାନ୍ତ ଗୁଣିଗାରେଡି କରୁଥିବାରୁ ଅନିଲଙ୍କର ସନ୍ତାନ ହେଉ ନଥିବା ସେ ସନ୍ଦେହ କରୁଥିଲେ । ଏହାକୁ ନେଇ ଅନୀଲ କ୍ଷୁବ୍ଧ ଥିଲେ । ଖଇରୀ ଗୁଣିଗାରେଡି କରୁଥିବାରୁ ତାଙ୍କ ସନ୍ତାନ ହେଉ ନଥିବା ସନ୍ଦେହ କରି ମଙ୍ଗଳବାର ସନ୍ଧ୍ୟା ସମୟରେ ଖଇରୀ ଗାଁ ନଳକୂପକୁ ପାଣି ଆଣିବାକୁ ଯାଇଥିବା ବେଳେ ଅନୀଲ ଏବଂ ତାର ଭାଇ ବଳରାମ ଧାରୁଆ ଅସ୍ତ୍ରରେ ବେକକାଟି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । 

ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ବୁଧବାର ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବାରିପଦାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁରର ସହାୟତାରେ ତଦନ୍ତ ଜାରି ରଖିଛି ।

   Related Posts