ବନ୍ଦ ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | April 14, 2021 IST

ଢେଙ୍କାନାଳ ୧୪।୪: ଢେଙ୍କାନାଳ ସହର ହାଉସିଂ ବୋର୍ଡ କଲୋନୀ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।  ପୋଲିସ ମହିଳାଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ବନ୍ଦଘରୁ ଠାବ ହେଲା ଜଣେ ମହିଳାଙ୍କ ମୃତଦେହ ।  ପୋଲିସ ପହଞ୍ଚି ଘର ଖୋଲିବାରୁ ମୃତ ମହିଳା ବେକରେ ଏକ ଗାମୁଛା ଲଗାଇ ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ମୃତ ମହିଳା ଜଣଙ୍କ ହେଉଛନ୍ତି ପ୍ରତିମା ଦାସ । ତାଙ୍କ ଘର ଗଁନ୍ଦିଆ ଥାନା ଅନ୍ତର୍ଗତ ମଠ ତେନ୍ତୁଳିଆ ଗ୍ରାମରେ । ଢେଙ୍କାନାଳ ବାଜିଚୌକ ଅଂଚଳରେ ବ୍ୟବସାୟ କରୁଥିବା ଦିଲୀପ ଦାସ ନାମକ ଜଣେ ଯୁବକ ଏକ ଭଡାଘରେ ପ୍ରତିମାଙ୍କୁ ଦ୍ବିତୀୟ ପତ୍ନୀ ଭାବେ ଏହି ଭଡା ଘରେ ରଖିଥିଲେ ବୋଲି କୁହାଯାଉଛି ।  ତେବେ ଏହି ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ ଜଣାନପଡିଥିଲେ ମଧ୍ୟ ଫ୍ୟାନରେ ବେକରେ ଗାମୁଛା ଲଗାଇ ଝୁଲି ପଡିଥିବା ବେଳେ ମହିଳାଙ୍କ ଗୋଡ଼ ତଳେ ଲାଗିଥିବା ଦେଖାଯାଇଛି । ପୋଲିସ  ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.