ବନ୍ଦ ଘରେ ମହିଳାଙ୍କ ମୃତଦେହ, ଶରୀରରେ କ୍ଷତ ଚିହ୍ନ ସହ ଲାଗିଛି ରକ୍ତ ଛିଟା

Published By : Prameya-News7 Bureau | April 02, 2021 IST

କଟକ ୨।୪: କଟକ ଶିଖରପୁର ଉପରସାହିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏହା ସହ ଶରୀରରେ ରକ୍ତଛିଟା ମଧ୍ୟ ଲାଗିଛି । ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଜମିବାଡି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ଶିଖରପୁର ଉପରସାହିରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି କାମାକ୍ଷି ମହାନ୍ତି । ତାଙ୍କ ଘର କଟକ ଜିଲ୍ଲା ଆଠଗଡ ବ୍ଲକ୍ କପୂରସିଂଘ ଗାଁର ମୂଳ ବାସିନ୍ଦା । ସେ ଏଠାରେ ବିବାହ କରିଥିଲେ । ପୂର୍ବରୁ ସ୍ବାମୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଅଧିକ ଛାନଭିନ୍ କରିବ । ଘଟଣା ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିଏ ଏବଂ କାହିଁକି ମହିଳାଙ୍କୁ ହତ୍ୟା କରିଛି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.