ପାଣିରେ ଭାସୁଛି ମହିଳାଙ୍କ ମୃତଦେହ, ରସ୍ତାରେ ରକ୍ତ ଛିଟା : ହତ୍ୟା ସନ୍ଦେହ

Published By : Prameya-News7 Bureau | January 13, 2021 IST

ବାଲେଶ୍ବର ୧୩।୧: ବାଲେଶ୍ବର ସଦର ଥାନାର ନଗ୍ରମ ଗାଁ ନିକଟରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି । ରାସ୍ତା ନିକଟରେ ଥିବା ପୋଖରୀ ଭିତରେ ଶବ ଭାସୁଥିବାର ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

ଶବ ପଡିଥିବା ପୋଖରୀ ନିକଟ ରାସ୍ତାରେ ରକ୍ତ ଚିହ୍ନ ଦେଖିବାକୁ ମିଳିଛି । ତେବେ ମହିଳାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ମହିଳା ଜଣଙ୍କ ବିବାହିତା ବୋଲି ଜଣାପଡିଛି । ତାଙ୍କ ନାମ ଶିବାନୀ ନାୟକ । ମହିଳାଙ୍କ ବାପଘର ସଦର ଥାନାର ରାଇସୁଆଁ ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.