ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୋଗ ଯନ୍ତ୍ରଣା ସହିନପାରି ଆତ୍ମହତ୍ୟା ଅଭିଯୋଗ

Published By : Prameya-News7 Bureau | March 14, 2020 IST

ଆନନ୍ଦପୁର ୧୪।୩: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମୋଚିନ୍ଦା ପଞ୍ଚାୟତ ଖାଡିପାଳ ଗାଁର ମଙ୍ଗୁଳୁ ଦେହୁରୀଙ୍କ ସ୍ତ୍ରୀ ଚମ୍ପା ଦେହୁରୀ ନିଜ ଘର ନିକଟରେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚମ୍ପା ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡିତ ଥିଲେ ।

{"id":238142,"sizeSlug":"large"}

ତେବେ ରୋଗ ଯନ୍ତ୍ରଣା ସହିନପାରି ସେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ କୁହାଯାଇଛି । ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଦେଇଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.