ରେଳ ଧାରଣାରେ ପଡିଛି ମହିଳାଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 02, 2021 IST

ଚଣ୍ଡିଖୋଲ ୨।୧୧: ରେଳ ଧାରଣାରେ ପଡିଛି ମହିଳାଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଷ୍ଟେସନର ଖୋସାଲିପୁରଠାରେ ଜଣେ ମହିଳାଙ୍କ ମୃତଦେହ ରେଲୱେ ଟ୍ରାକରେ ପଡି ରହିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ରେଳ ଧାରଣାରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲି । ଏ ନେଇ GRP ପୋଲିସକୁ ସୂଚନା ଦିଆଯାଇଥିଲା । ମହିଳା ଜଣଙ୍କ ରେଳ ଧାରଣାରେ ଆତ୍ମହତ୍ୟା କରିଛନ୍ତି ନା’ କିଭଳି ତାଙ୍କର ମୃତ୍ୟୁ ହୋଇଛି ତାହା ଏବେ ସ୍ପଷ୍ଟ ହୋଇନାହିଁ ।

ଦୁଇ ସପ୍ତାହ ମଧ୍ୟରେ ଖୋସାଲିପୁରଠାରେ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ GRP ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ଆଜି ଆଉ ଜଣେ ମହିଳାଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.