Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ସ୍ବାମୀ କହିଲେ ଆତ୍ମହତ୍ୟା, ବାପଘର ଲୋକେ କହୁଛନ୍ତି ଯୌତୁକ ପାଇଁ ଝିଅକୁ ମାରିଦେଲେ

5/12/2020 at 4:16 PM

ନିଆଳି ୫।୧୨: କଟକ ଜିଲ୍ଲା ଓଲଟପୁର ଥାନା ଅଲାପୁର ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ପ୍ରିୟଙ୍କା ବେହେରା ।

ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଥାନା ଅଧିନ କାକରୁଦ୍ରପୁର କୈଳାସ ବେହେରାଙ୍କ ଝିଅ ୬ ମାସ ତଳେ ଅଲାପୁର ଗାଁର ବେଣୁଧର ବେହେରାଙ୍କୁ ବିବାହ କରିଥିଲେ । ତେବେ ଯୌତୁକ ପାଇଁ ଶାଶୁ ଘର ଲୋକେ ମାରି ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ଓଲଟପୁର ଥାନାରେ ମୃତ ପ୍ରିଲଙ୍କାଙ୍କ ମା’ ଓଷା ବେହେରା ଲିଖିତ ଅଭିଯୋଗ କରିଛନ୍ତି ।

ଓଲଟପୁର ପୋଲିସ ଘଟଣାରେ ପ୍ରିୟଙ୍କାଙ୍କ ସ୍ଵାମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ବାପଘର ଲୋକେ ଝିଅକୁ ଦଉଡି ଭିଡି ମାରି ଦେଇଥିବା ଅଭିଯୋଗ କରୁଥିବା ବେଳେ ତାଙ୍କ ସ୍ଵାମୀ ଏହାକୁ ଆତ୍ମହତ୍ୟା ବୋଲି କହିଛନ୍ତି ।

   Related Posts