Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଲଜ୍ଜାଜନକ ଦୃଶ୍ୟ : ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ

10/05/2021 at 7:20 PM

ଶାମଲୀ ୧୦।୫: କରୋନା ମହାମାରୀ ଭଳି ସଙ୍କଟ ସାରା ବିଶ୍ବରେ ହାହାକାର ସୃଷ୍ଟି କରିଛି । ଉତ୍ତରପ୍ରଦେଶ ଶାମଲୀ ଜିଲ୍ଲାରେ ଜଣେ ମହିଳାଙ୍କ ଶବକୁ ଶ୍ମଶାନଘାଟ ପହଞ୍ଚାଇବାକୁ ଚାରି କାନ୍ଧ ମିଳିଲାନି । କୌଣସି ଉପାୟ ନପାଇ ଅସହାୟ ଭାଇ ଯେତେବେଳେ ନଗର ପଞ୍ଚାୟତରୁ ସାହାଯ୍ୟ ମାଗିଥିଲେ ସେତେବେଳେ ମୃତଦେହ ଶ୍ମଶାନଘାଟ ପହଞ୍ଚାଇବା ପାଇଁ ଅଳିଆ ବୁହା ଗାଡି ପଠାଇଥିଲେ ।ଏଭଳି ଦୃଶ୍ୟ ଦେଖି କେହି ଜଣେ ଭିଡିଓ ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଛି ।

ଶାମଲୀ ଜିଲ୍ଲା ଜଲାଲାବାଦ ସହର ମୋଦୀଗଞ୍ଜ ନିବାସୀ ଡା. ପ୍ରଭାସ କୁମାର କହିଛନ୍ତି ଯେ, ସେ ୨୦୦୨ରେ ଏଠାରେ ଆସି ରହୁଥିଲେ । ଏଠାରେ ସେ ତାଙ୍କର ପ୍ରାକ୍ଟିସ୍ କରୁଥିଲେ । ତାଙ୍କର ୫୦ ବର୍ଷ ବୟସ୍କା ଭଉଣୀ ବାଲମତୀଙ୍କ ବ୍ରେନ୍ ହାମରେଜ୍ ହୋଇଥିଲା । ଯେଉଁଥିପାଇଁ ସେ ତାଙ୍କର ନିତ୍ୟକର୍ମ କରିବାକୁ ମଧ୍ୟ ଅସମର୍ଥ ଥିଲେ ।

ରବିବାର ଦିନ ପ୍ରାୟ ୪ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ତିମସଂସ୍କାର କରିବା ପାଇଁ ଡା. ପ୍ରଭାସ ପଡୋଶୀମାନଙ୍କୁ ଡାକିଥିଲେ କିନ୍ତୁ କରୋନା ଯୋଗୁଁ କେହି ପଡୋଶୀ ଆସିନଥିଲେ । ଫଳରେ ଡା. ପ୍ରଭାସ ଜଲାଲାବାଦ ନାଗର ପଞ୍ଚାୟତକୁ ସାହାଯ୍ୟ ମାଗିଥିଲେ । ସେମାନେ ସହାୟତା ପୂର୍ବକ ମହିଳାଙ୍କ ମୃତଦେହକୁ ଅଳିଆ ଗାଡିରେ ରଖି ଅନ୍ତିମସଂସ୍କାର ପାଇଁ ଶ୍ମଶାନଘାଟକୁ ପଠାଇ ଦେଇଥିଲେ ।

ମହିଳାଙ୍କ ମୃତଦେହକୁ ଅଳିଆ ଗାଡିରେ ଅନ୍ତିମସଂସ୍କାର ପାଇଁ ନିଆଯାଉଥିବା ବେଳେ କେହି ଜଣେ ତାହାକୁ ମୋବାଇଲରେ କଏଦ କରିଦେଇଥିଲେ । ପରେ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍ କରିଦେଇଥିଲେ ।

   Related Posts