ନିଶାଶକ୍ତ ଦିଅର ମାଡରେ ଭାଉଜ ମୃତ, ଅସଂଯତ ଅବସ୍ଥାରେ ଦେଖି ପିଟିପିଟି ମାରିଦେଲା

Published By : Prameya-News7 Bureau | November 14, 2021 IST

ବାରିପଦା, ୧୪/୨୧: ନିଶାଶକ୍ତ ଦିଅର ମାଡରେ ଭାଉଜ ମୃତ। ମୃତା ଭାଉଜ ହେଲେ ବାରିପଦା ଟାଉନ ଥାନା ତୁଳସୀଚୌରା ଅଞ୍ଚଳର ଗୀତା ସିଂ। ଅଭିଯୁକ୍ତ ଦିଅର ହେଲେ ରବୀନ୍ଦ୍ର ସିଂ।  ଖବର ପାଇ ଘଟଣା ସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଁଚି ଦିଅର ରବୀନ୍ଦ୍ର ସିଂକୁ ଥାନାକୁ ଆଣି ଅଟକ ରଖିଛି।

ଘଟଣା ଅନୁସାରେ ରବୀନ୍ଦ୍ର ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଅସଂଯତ ପରିସ୍ଥିତିରେ ଭାଉଜକୁ ଘରେ ପାଇଥିଲା। ନିଶାଗ୍ରସ୍ତ ରବୀନ୍ଦ୍ର ଉକ୍ତ କଥାକୁ ନେଇ ଭାଉଜକୁ ପିଟିପିଟି ମାରି ଦେଇଥିବା ଜଣାପଡିଛି। ଅଧିକ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ ବୋଲି ବାରିପଦା ଥାନା ଅଧିକାରୀ କହିଛନ୍ତି। ତେବେ ପରିବାର ପକ୍ଷରୁ ଏଯାଏଁ କୌଣସି ମାମଲା ଦାୟର କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.