ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ

Published By : Prameya-News7 Bureau | June 21, 2021 IST

ପାଟଣା ୨୧।୬: ସାପ କାମୁଡାରେ ମହିଳା ମୃତ । ଘରେ ଶୋଇଥିବା ସାପ କାମୁଡାରେ ଚାଲିଗଲା ମହିଳାଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଏରଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଏରଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ମଙ୍ଗୁଳୁ ମୁଣ୍ଡାଙ୍କ ପତ୍ନୀ ପାଙ୍ଗିଲା ମୁଣ୍ଡାଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି। ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ସମୟରେ କୌଣସି ବିଷଧର ସାପ କାମୁଡି ଦେବାରୁ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ମେଡିକାଲକୁ ଅଣା ଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ମୃତ ମହିଳାଙ୍କ ଦୁଇ ପୁଅ ଥିବାବେଳେ  ମହିଳାଙ୍କ  ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.