Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

କରୋନା ପଜିଟିଭ୍ ଶୁଣି ପାଖକୁ ଆସିଲେନି କେହି, କୋଭିଡ୍ ଟେଷ୍ଟିଂ ସେଣ୍ଟର ସମ୍ମୁଖରେ ଚାଲିଗଲା ମହିଳାଙ୍କ ଜୀବନ

7/05/2021 at 5:58 PM

ଢେଙ୍କାନାଳ ୭।୫: ମହାମାରୀ କରୋନାର ଭୟ ମଣିଷ ପାଖରୁ ହଜାଇ ଦେଉଛି ମାନବିକତା । ଗତ ବର୍ଷ ଜଣେ କୋଭିଡ୍ ପଜିଟିଭ ବ୍ୟକ୍ତିଙ୍କର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପଡି ଛଟ ପଟ ହୋଇ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଲିଭିନି । ଏପରିସ୍ଥଳେ  ପୁଣି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା କୋଭିଡ୍ ଟେଷ୍ଟିଂ ସେଣ୍ଟର ସମ୍ମୁଖରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି କୋଭିଡ୍ ଟେଷ୍ଟିଂ ସେଣ୍ଟରରୁ ଟେଷ୍ଟ ପରେ ଜଣାପଡ଼ିଥିବା ଜଣେ କୋଭିଡ୍ ପଜିଟିଭ ମହିଳାଙ୍କ   ମୃତଦେହ ଦୀର୍ଘ ଦେଢ଼ ଘଣ୍ଟା ପଡିରହିଥିଲେ ମଧ୍ୟ କେହି କର୍ମଚାରୀ ପାଖକୁ ଆସି ନଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଖବର ଦେବାରୁ ସେ ପହଂଚି ମୃତଦେହକୁ  ଶବ ସରକ୍ଷଣ କେନ୍ଦ୍ରକୁ ନେଇ ରଖିଥିବା ଜଣାପଡିଛି । ମୃତ ମହିଳାଙ୍କ ଘର ଢେଙ୍କାନାଳ ଜୋରନ୍ଦା ଅଂଚଳରେ । ତାଙ୍କ ସ୍ବାମୀ କୋଭିଡ ସଂକ୍ରମିତ ହୋଇ ଢେଙ୍କାନାଳ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ରବିବାରଠାରୁ ଭର୍ତ୍ତି ହୋଇଛନ୍ତି  ।

ମହିଳା ଜଣଙ୍କ ଗତ ଦୁଇ ତିନି ଦିନ ହେଲା ଜ୍ବରରେ ପୀଡିତ ଯୋଗୁଁ ପରିବାର ପକ୍ଷରୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର କୋଭିଡ୍ ଟେଷ୍ଟ ପାଇଁ ଡାକ୍ତରଖାନା ପରିସରରେ ଥିବା କୋଭିଡ୍ ଟେଷ୍ଟ ସେଣ୍ଟରରେ ଟେଷ୍ଟିଂ କରିବାରେ ପଜିଟିଭ ଥିବା ଜଣାପଡିଥିଲା । ପରେ  ତାଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ କୁହାଯାଇଥିଲା । ତେବେ ଫେରିବା ବେଳେ ବାଟରେ ଗୁରୁତର ହେବାରୁ ପରିବାର ଲୋକେ ପୁଣି ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ମାତ୍ର କୋଭିଡ୍ ପଜିଟିଭ ଶୁଣି କେହି କର୍ମଚାରୀ ପାଖକୁ ଆସିବା ତ ଦୂରେ ଥାଉ ପାଲଟା ସୁରକ୍ଷାକର୍ମୀମାନେ ତାଙ୍କୁ ଡାକ୍ତରଖାନା ଭିତରକୁ  ପଶିବାକୁ ଦେଇନଥିଲେ  । ଫଳରେ ମୁଖ୍ୟ ଡାକ୍ତରଖାନା ପରିସର କୋଭିଡ୍ ଟେଷ୍ଟିଂ ସେଣ୍ଟର ସମ୍ମୁଖରେ ଖୋଲା ଆକାଶ ତଳେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଦୀର୍ଘ ଦେଢ଼ ଘଣ୍ଟା ଧରି ଏହି ମହିଳା ପଡି ରହିଥିବା ବେଳେ କେହି ଜଣେ ମଧ୍ୟ କର୍ମଚାରୀ ଚିକିତ୍ସା କରିବା ଦୂରେ ଥାଉ ପାଖକୁ ଆସିନଥିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣା ବେଶ୍ ଆଲୋଡନ ସୃଷ୍ଟି କରିଛି ।

ଦୀର୍ଘ ଦେଢ଼ ଘଣ୍ଟା ଧରି  ମହିଳାଙ୍କ ମୃତଦେହ ଖୋଲା ଆକାଶ ତଳେ ପଡିରହିଥିବାବେଳେ କୋଭିଡ ସଂକ୍ରମଣ ଭୟ ସମସ୍ତଙ୍କର ମାନବିକତାକୁ ହଜାଇ ଦେଇଥିଲା ବୋଲି ପ୍ରକାଶ କରିଛନ୍ତି ମୃତ ମହିଳାଙ୍କ ସମ୍ପର୍କୀୟ । ତେବେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଂଚିବା ପରେ ମୃତ ମହିଳାଙ୍କ ଶବକୁ କର୍ମଚାରୀଙ୍କ ମାଧ୍ୟମରେ ଶବ ସରକ୍ଷଣ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି । ତେବେ ଏପରି ଅଭାବନୀୟ ଘଟଣାକୁ ନେଇ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ଅମାନବିକତାକୁ ଦାୟୀ କରିଛନ୍ତି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ।

   Related Posts