କାଜୁ ବଗିଚାକୁ ଯାଇ ଫେରିଲେନି ମହିଳା, ହାତୀ ଆକ୍ରମଣରେ ଚାଲିଗଲା ଜୀବନ

Published By : Prameya-News7 Bureau | May 29, 2020 IST

ସମ୍ବଲପୁର ୨୯।୫: ସମ୍ବଲପୁର ରେଢାଖୋଲ ଉପଖଣ୍ଡରେ ପୁଣି ହାତୀ ଆକ୍ରମଣ । ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ସମ୍ବଲପୁର ନାକଟିଦେଉଳ ଥାନା ହିତସରା ଗ୍ରାମର ପ୍ରମିଳା ଦେହୁରୀ । ସେ ଭୋରରୁ କାଜୁ ବଗିଚାକୁ ଯାଇଥିବାବେଳେ ହାତୀ ହାବୁଡରେ ପଡିଯାଇଥିଲେ |

ଫଳରେ ପୂର୍ବରୁ ସେଠାରେ ଥିବା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ତେବେ ହାତୀ ହାବୁଡରେ ପଡିଯାଇଥିବା ମହିଳା ସେଠାରୁ ଖସି ପାରିନଥିଲେ । ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି ।

କିଛି ଦିନ ପୂର୍ବରୁ ମଧ୍ୟ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା । ସମ୍ପୃକ୍ତ ଅଞ୍ଚଳରେ ହାତୀ ରହୁଥିବା ସହ ଜନବସତି ମୁହାଁ ହେଉଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେଉଛି । ବନ ବିଭାଗ ଏନେଇ ଉଚିତ୍ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.