ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | May 13, 2021 IST

ରାଇରଙ୍ଗପୁର ୧୩।୫: ବାମାନଘାଟି ଉପଖଣ୍ଡରେ ହାତୀ ଆକ୍ରମଣରେ ଦିନକୁ ଦିନ ମଣିଷ ଜୀବନ ଯାଉଥିବା ଦେଖିବାକୁ ମିଳୁଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜର ମଧୁପୁର ନିକଟ ଜଙ୍ଗଲରେ । ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗ୍ରାମର କିଛି ବାସିନ୍ଦା ନିକଟସ୍ଥ ଜଙ୍ଗଲ ନିକଟରେ ହାତୀ ରହୁଥିବା ଓ ହାତୀ ଆକ୍ରମଣର ଆଶଙ୍କାରେ ସଚେତନା କାର୍ଯ୍ୟକ୍ରମ ପାଇଁ ଜଙ୍ଗଲ ଆଖପାଖ ଗ୍ରାମକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟାରେ ଘରକୁ ଫେରିବା ବେଳକୁ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ବନ ବିଭାଗକୁ ଜଣାଇଥିଲେ ।ତେବେ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ବନ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଏପର୍ଯ୍ୟନ୍ତ ସବିଶେଷ ତଥ୍ୟ ହସ୍ତଗତ ହୋଇ ପାରିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.