ବିଦ୍ୟୁତ ଆଘାତରେ ଚାଲିଗଲା ମହିଳାଙ୍କ ଜୀବନ

Published By : Prameya-News7 Bureau | October 02, 2020 IST

ଆନନ୍ଦପୁର ୨।୧୦: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା କୁମୁଣିଆଁ ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଗାଁର ପଦ୍ମଲୋଚନ ନାଇକଙ୍କ ପତ୍ନୀ ଦମୟନ୍ତୀ ନାଇକ ।

ସୂଚନା ଅନୁସାରେ ନିଜ ଘରେ ଲାଗିଥିବା ଏକ ଇଲେକ୍ଟ୍ରିକ ବଲବ୍ ଫ୍ୟୁଜ୍ ହୋଇଯାଇଥିବାରୁ ଦମୟନ୍ତୀ ତାକୁ ବଦଳାଇ ଏକ ନୂଆ ବଲବ୍ ଲଗାଇବାକୁ ଚେଷ୍ଟା କରୁଥିବା ସମୟରେ ବିଦ୍ୟୁତ ଆଘାତ ଲାଗିଥିଲା । ଫଳରେ ତାଙ୍କୁ ପରିବାର ଲୋକ ତୁରନ୍ତ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.