Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚୋରା ମଦ ବିକ୍ରିକୁ ବିରୋଧ କରୁଥିଲେ ମହିଳା, ବେପାରୀଙ୍କ ଆକ୍ରମଣରେ ଚାଲିଗଲା ଜୀବନ

4/05/2021 at 4:19 PM

ଯାଜପୁର ୪।୫: ଚୋରା ମଦ ବିକ୍ରିକୁ ବିରୋଧ କରିବାରୁ ଜୀବନ ଗଲା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ବରେଇ ଗ୍ରାମର ବିଜୟ ଜେନା ନାମକ ଜଣେ ଯୁବକ ଦୀର୍ଘ ଦିନ ହେବ ଉକ୍ତ ଗାଁରେ ଚୋରା ମଦ କାରବାର କରିଆସୁଥିଲା । ତେବେ ଉକ୍ତ ଚୋରା ମଦ କାରବାରକୁ ବିରୋଧ କରିଥିଲେ ଗ୍ରାମର କିଛି ମହିଳା । ଏହି ବିରୋଧକୁ କେନ୍ଦ୍ରକରି ମଙ୍ଗଳପୁର ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ଉକ୍ତ ଚୋରା କାରବାର ଉପରେ ରୋକ ଲଗାଇଥିଲା ପୋଲିସ । ତେବେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ବିଜୟ ରବିବାର ଦିନ ମରଣାନ୍ତକ ଆକ୍ରମଣ କରିବା ସହ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲା ଲକ୍ଷ୍ମୀ ଜେନାଙ୍କୁ । ଏଥିରେ ଲକ୍ଷ୍ମୀ ଗୁରୁତର ଭାବେ ଆହତ ହେବାରୁ ତାଙ୍କୁ ଅଧିକ ଚିକତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ରବିବାର ରାତିରେ ଲକ୍ଷ୍ମୀଙ୍କର ମେଡିକାଲରେ ମୃତ୍ୟୁ ହୋଇଥିବା ଖବର ପାଇ ମଙ୍ଗଳପୁର ଥାନା ଆଇଆଇସି ଅସିତ ରଂଜନ ମହାନ୍ତି ଅଭିଯୁକ୍ତ ବିଜୟକୁ ବିଳମ୍ବିତ ରାତିରେ ଗିରଫ କରିଥିବା ନେଇ ଖବର ମିଳିଛି ।  ଅନ୍ୟପଟରେ ଏହି ଚୋରା ମଦ କାରବାର ବିରିପଟା ଗ୍ରାମର ଅଶ୍ବିନୀ ସେନାପତି ନାମକ ଜୈନକ ବ୍ୟକ୍ତିଙ୍କ ପ୍ରରୋଚନା ତଥା ସହଯୋଗରେ ହେଉଥିବାରୁ ଅଶ୍ବିନୀକୁ ମଧ୍ୟ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

   Related Posts