'ଭୁଲ୍ ଇଞ୍ଜେକସନ ଦେଇ ଡାକ୍ତର ମୋ ସ୍ତ୍ରୀକୁ ମାରିଦେଲେ', ଗର୍ଭବତୀଙ୍କ ମୃତ୍ୟୁ ପରେ ସ୍ବାମୀଙ୍କ ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | November 25, 2020 IST

ବରଗଡ ୨୫।୧୧: ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଛି । ଚିକିତ୍ସା ଅବହେଳା ଯୋଗୁଁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ମୃତ ମହିଳା ହେଉଛନ୍ତି ବରଗଡ଼ ପୌରାଞ୍ଚଳ ଅନ୍ତର୍ଗତ କଟକିଆପଡାର ମାନସ ମଲ୍ଲିକଙ୍କ ସ୍ତ୍ରୀ ରେଖା ମଲ୍ଲିକ ।

ସୂଚନା ଅନୁସାରେ ବୁଧବାର ଦିନ ରେଖା ମଲ୍ଲିକଙ୍କ ପ୍ରସବ ବେଦନା ହେବାରୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରିବାରଲୋକ । ଚିକିତ୍ସା ଚାଲିଥିବା ବେଳେ ଡାକ୍ତର ଭୁଲ ଇଂଜେକସନ ଦେବା ଯୋଗୁଁ ମା’-ଛୁଆ ଉଭୟଙ୍କ ମୃତ୍ୟୁ ହୋଇଥିବା ରେଖାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଭଟଲୀ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.