ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରକୀୟା ପ୍ରୀତି ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିଲା ଝଗଡା

Published By : Prameya-News7 Bureau | June 20, 2020 IST

ଜି.ଉଦୟଗିରି ୨୦।୬: ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

{"id":288798,"sizeSlug":"large"}

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଶ୍ରୀରାମପଦା ଠାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳା ଜଣଙ୍କ ନିଜ ଓଢଣୀରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘର ଦୁଇ ପଟୁ ତାଲା ପଡିଥିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ତାଲା ଭାଙ୍ଗି ପୋଲିସ ଘର ଭିତରେ ପଶି ମୃତଦେହ ଉଦ୍ଧାର କରିଛି ।

{"id":288799,"sizeSlug":"large"}

ମୃତ ମହିଳାଙ୍କ ନାଁ ହେଉଛି ହେଲନ ପ୍ରଧାନ । ତାଙ୍କ ବୟସ ୨୯ ବର୍ଷ ବୋଲି ଜଣାପଡିଛି । ସେ ଦୁଇ ବର୍ଷ ତଳେ ସୁଜନ ପ୍ରଧାନଙ୍କୁ ବିବାହ କରିଥିଲେ । ସ୍ବାମୀ ସୁଜନ ଜି.ଉଦୟଗିରିଠାରେ ଉପ ରାଜସ୍ବ ଅଧିକାରୀ ଭାବରେ ଚାକିରୀ କରୁଛନ୍ତି । ତାଙ୍କର ଦୁଇ ମାସର ଶିଶୁ ଅଛି । ପରକୀୟ ପ୍ରୀତି ସନ୍ଦେହ ଯୋଗୁଁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ଶେଷରେ ସ୍ତ୍ରୀ ହେଲେନ ଆଜି ଆତ୍ମହତ୍ୟା କରିଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.