ଅନ୍ଧ ବିଶ୍ବାସରୁ ଚାଲିଗଲା ମହିଳାଙ୍କ ଜୀବନ, ସାପ କାମୁଡିବା ପରେ ଡାକ୍ତରଖାନା ନ ନେଇ ଗୁଣିଆ ଡାକି ଝାଡିଲେ

Published By : Prameya-News7 Bureau | June 27, 2020 IST

ପାଟଣା ୨୭।୬: ଅନ୍ଧବିଶ୍ବାସ ପାଇଁ ଚାଲିଗଲା ମହିଳାଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଭାଲିଆଡାଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାପ କାମୁଡାରେ ମୃତ ମହିଳାଙ୍କୁ ବଞ୍ଚାଇବା ପାଇଁ ଗୁଣିଗାରେଡିକୁ ଅପଣାଇ ଶେଷରେ ମହିଳାଙ୍କ ମୃତ୍ୟୁ ଘଟିଛି । ଗୁଣିଆ ଜଣଙ୍କ ପୂଜାର୍ଚ୍ଚନା କରିବା ସହିତ ଘରଲୋକଙ୍କୁ ତାଳି ମାରିବାକୁ କହିଥିଲେ ।

{"id":292336,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଗ୍ରାମର ଚନ୍ଦ୍ରଶେଖରଙ୍କ ପତ୍ନୀ ନଳିତା ଦଳଦସିଆ (୩୦)ଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ମହିଳାଙ୍କୁ ଡାକ୍ତରଖାନାକୁ ନ ନେଇ ଶୁକ୍ରବାର ରାତିଠାରୁ ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ଗୁଣିଗାରେଡି କରିଥିଲେ । ହେଲେ ମହିଳା ଜଣଙ୍କ ନଉଠିବାରୁ ଆମ୍ବୁଲାନ୍ସ ସାହାଯ୍ୟରେ ପାଟଣା ମେଡିକାଲ ଅଣାଯାଇଥିଲା । କିନ୍ତୁ ବିଳମ୍ବ ଯୋଗୁଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

{"id":292337,"sizeSlug":"large"}

ବିଜ୍ଞାନ ଯୁଗରେ ଆଜି ମଧ୍ୟ ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛନ୍ତି ଯାହାଦ୍ବାରା ଅମୂଲ୍ୟ ଜୀବନ ଚାଲିଯାଇଛି । ସେପଟେ ମହିଳାଙ୍କ ମୃତ୍ୟୁପରେ ଗୁଣିଆ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.