ପାଣି କାଢୁଥିବା ବେଳେ କୂଅରେ ଖସିପଡିଲେ ମହିଳା, ଡାକ୍ତରଖାନାରେ ମୃତ୍ୟୁ

Published By : Prameya-News7 Bureau | June 12, 2020 IST

ଟାଙ୍ଗୀ ୧୨।୬: ଅସାବଧାନତା ଯୋଗୁଁ କୂଅରେ ଖସିପଡିଲେ ମହିଳା । ବହୁ ବିଳମ୍ବରେ ଉଦ୍ଧାର କରାଯାଇ ଟାଂଗୀ ମେଡିକାଲ ଅଣାଯାଇଥିଲା ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ସୋରଣ ଗ୍ରାମରେ ।

ସୋରଣ ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପତ୍ନୀ ପ୍ରତିମା ପ୍ରତ୍ୟେକ ଦିନ ଭଳି ଆଜି ନିଜ ଘରର କୂଅରୁ ପାଣି କାଢୁଥିବା ବେଳେ ଅସାବଧାନତା ଯୋଗୁଁ ଖସିପଡିଥିଲେ । ବହୁ ବିଳମ୍ବରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରି ଟାଂଗୀ ମେଡିକାଲ ଅଣାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.