Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବିଷ ପିଇ ଜୀବନ ହାରିଲେ ମହିଳା : ମା’ ଶବ ପାଖେ ବସି କାନ୍ଦୁଥିଲା ଝିଅ, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର

13/05/2021 at 7:55 PM

ଖଲ୍ଲିକୋଟ ୧୩।୫: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକର ଭିକାପଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବୁଧବାର ରାତିରେ ଭିକାପଡା ଗ୍ରାମର ଶାନ୍ତି ନାହାକ କୈାଣସି କାରଣ ବଶତଃ ବିଷ ପିଇଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଛତ୍ରପୁର ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ୧୧ ବର୍ଷର ଝିଅ ଲିଜା ମା’ର ଶବ ପାଖରେ ଏକା ବସି କାନ୍ଦୁଥିଲା । ସାଙ୍ଗରେ ନିଜ ସମ୍ପର୍କୀୟ କେହି ନଥିଲେ । ପରିବାର କହିଲେ କେବଳ ମା’ ଓ ଝିଅ ଦୁଇ ଜଣ । ଦୀର୍ଘ ୧୦ ବର୍ଷରୁ ଅଧିକହେବ ସ୍ବାମୀ ଛାଡ଼ି କେଉଁଆଡେ ଚାଲିଯାଇଛନ୍ତି । ୧୧ ବର୍ଷର ଝିଅ ଅସହାୟ ହୋଇ ପୁରା ଭାଙ୍ଗିପଡିଛି । ମେଡିକାଲରେ ମା’ର ଶବ ପାଖରେ ଝିଅଟି କାନ୍ଦୁଥିବାର କିଛି ଲୋକ ଦେଖି ପ୍ରଶାସନକୁ ଜଣାଇଥିଲେ । ପରେ ମୃତ ଶାନ୍ତି ନାହାକଙ୍କ ସମ୍ପର୍କୀୟ ଆସିଥିଲେ ମଧ୍ୟ ଶବକୁ କି ୧୧ବର୍ଷର ଝିଅକୁ ନେବାକୁ ମନା କରିଦେଇଥିଲେ । ବର୍ତ୍ତମାନ କରୋନା ଏତେ ଯେ ଭୟଙ୍କର ହୋଇଗଲାଣି ମୃତ୍ୟୁ ପରେ ମଧ୍ୟ କରୋନା ଭୟରେ ଶବ ଅଲୋଡା ହୋଇ ପଡ଼ୁଛି । ପରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ଅଧିକାରୀଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ବିଭାଗ ଅଧିକାରୀ ସୁବୋଧ ଷଡ଼ଙ୍ଗୀ ଉକ୍ତ ଝିଅକୁ ଉଦ୍ଧାର କରି ଚାଇଲ୍ଡ ଲାଇନ୍ ବ୍ରହ୍ମପୁରକୁ ପଠାଯାଇଥିଲା । ପରେ ଶବକୁ ମେଡିକାଲରୁ ପ୍ରଶାସନର ସହାୟତାରେ ଛତ୍ରପୁର ସ୍ଥିତ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଶ୍ମଶାନଘାଟକୁ ନିଆଯାଇ ସେଠାରେ ଖଲ୍ଲିକୋଟ ତହସିଲଦାରଙ୍କ ଉପସ୍ଥିତରେ  ସମାଜସେବୀ କେଦାର ଶଙ୍କର ରାଜୁ ଓ ବାବୁଲା ସାହୁଙ୍କ ସମେତ ଅନ୍ୟମାନେ ଶବ ଦାହ କରି ମାନବିକତାର ପରିଚୟ ଦେଇଛନ୍ତି ।

   Related Posts