Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ନିଆଁରେ ପୋଡି ଗୁରୁତର ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ, ଯୌତୁକଜନିତ ହତ୍ୟା ଅଭିଯୋଗ ଆଣିଲେ ବାପଘରଲୋକ

10/04/2021 at 9:44 AM

କଳାହାଣ୍ଡି ୧୦।୪: ନିଆଁରେ ପୋଡି ହୋଇ ଗୁରୁତର ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ବାପଘର ଲୋକ ଆଣିଲେ ଯୌତୁକଜନିତ ହତ୍ୟା ଅଭିଯୋଗ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ସୋମବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥାନା ଲୁହୁରାକାନୀ ଗାଁର ଜଣେ ମହିଳାଙ୍କୁ ଶାଶୁ ଘର ଲୋକ ଜାଳି ଦେଇଥିବା ଅଭିଯୋଗ ହୋଇଥିଲା । ନିଆଁରେ ପୋଡି ଗୁରୁତର ହୋଇଥିବା ସବିତା ଦୁର୍ଗାଙ୍କର କଟକରେ ମୃତ୍ୟୁ ହୋଇଛି । ମୃତକଙ୍କ ବାପଘର ପକ୍ଷରୁ ଯୌତୁକଜନିତ ହତ୍ୟା ଅଭିଯୋଗ ପରେ ଭବାନୀପାଟଣା ଥାନା ପୋଲିସ ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ବିବାହକୁ ୫ ବର୍ଷ ହୋଇଥିବାବେଳେ ତାଙ୍କର ୨ଜଣ ପିଲା ଅଛନ୍ତି । ପୂର୍ବରୁ ପାରିବାରିକ କଳହ ଲାଗିଥିବାରୁ ସାମାଜିକ ବୈଠକ ମାଧ୍ୟମରେ ସମାଧାନ କରାଯିବା ପରେ ମହିଳା ଜଣଙ୍କ ଶାଶୁ ଘରକୁ ଫେରିଥିଲେ।

   Related Posts