କ୍ୟାବ୍‌ରେ କେତେ ସୁରକ୍ଷିତ ମହିଳା ? ଯୁବତୀଙ୍କ ସହ କ୍ୟାବ୍ ଡ୍ରାଇଭରର ଅସଦାଚରଣ, ପ୍ୟାନିକ୍ ବଟମ୍ ଚାପିଲା ପରେ ବି ମିଳିଲାନି ସାହାଯ୍ୟ

Published By : Prameya-News7 Bureau | September 29, 2020 IST

ଲକ୍ଷ୍ନୌ ୨୯/୦୯ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ନାକା ଥାନା ଅଞ୍ଚଳରେ ଜଣେ ଯୁବତୀ କ୍ୟାବ ଡ୍ରାଇଭର ବିରୋଧରେ ଅସଦାଚରଣ ଅଭିଯୋଗ କରିଛନ୍ତି । ବ୍ୟୁଟି ପାର୍ଲର ସଂଚାଳିକା କହିଛନ୍ତି ଯେ ପୋଲିସରେ ଅଭିଯୋଗ ପରେ ବି ଅଭିଯୁକ୍ତ ଡ୍ରାଇଭର ତାଙ୍କୁ ବାରମ୍ବାର ଫୋନ୍ କରି ଧମକ ଦେଉଛି । ଲକ୍ଷ୍ନୌ ରାଜେନ୍ଦ୍ର ନଗରରେ ରହୁଥିବା ଯୁବତୀ ରାଜଜୀପୁରମ ବ୍ୟୁଟି ପାର୍ଲର୍ ଚଳାନ୍ତି । ଶନିବାର ସନ୍ଧ୍ୟାରେ ସେ ପାର୍ଲର ଯିବା ପାଇଁ କ୍ୟାବ୍ ବୁକ୍‌ କଲେ । ସେ ଏକ ଥିଲେ । ଘରଠୁ କିଛି ଦୂର ଆସିବା ପରେ ସେ କ୍ୟାବର ଦର୍ପଣରେ ଦେଖିଲେ ଡ୍ରାଇଭର ତାଙ୍କୁ ଚାହୁଁଛି । ସେ ବିରୋଧ କରିବାରୁ ଡ୍ରାଇଭର ଗାଡିରେ ଡବଲ ମିନିଙ୍ଗ ଗୀତ ବଜାଇଥିଲା । ଏସବୁ ଦେଖି ଯୁବତୀ ଜଣକ ପ୍ୟାନିକ୍ ବଟମ୍ ବା ସ୍ୱିଚ୍ ବ୍ୟବହାର କରିଥିଲେ । କିନ୍ତୁ କୌଣସି ଜବାବ ମିଳିନଥିଲା ।

{"id":336034,"sizeSlug":"large"}

ପାର୍ଲର ପହଞ୍ଚିବା ପରେ ଯୁବତୀ ପୋଲିସ କଣ୍ଟ୍ରୋଲ୍ ରୁମକୁ ଫୋନ୍ କରି କ୍ୟାବ୍ ଡ୍ରାଇଭରର ଅସଦାଚରଣ ସମ୍ପର୍କରେ ଅଭିଯୋଗ କରିଥିଲେ । କୌଣସି ପ୍ରକାରେ ଡ୍ରାଇଭର୍ ଜାଣିପାରିଥିଲା ଯେ ତା' ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଏହାପରେ ସେ ଅଲଗା ଅଲଗା ନମ୍ବରରୁ ଫୋନ୍ କରି ଯୁବତୀଙ୍କୁ ହଇରାଣ ହରକତ କରିବା ସହ ଧମକ ଦେଉଛି । ପୀଡିତା କହିଛନ୍ତି ଯେ ଅଭିଯୁକ୍ତ ଡ୍ରାଇଭର ସହ ତାର ଚିହ୍ନା ପରିଚୟ ଲୋକ ମଧ୍ୟ ଫୋନ୍ କରି ଧମକ ଦେଉଛନ୍ତି ।

ନାକା ଥାନା ପୋଲିସ ସୁଜିତ ଦୁବେ କହିଛନ୍ତି ଯେ ଅଭିଯୁକ୍ତ ଡ୍ରାଇଭର କମଳା ଶଙ୍କର ମିଶ୍ର । ଯୁବତୀ ୪ଟି ଫୋନ ନମ୍ବର ଡିଟେଲ ଦେଇଛନ୍ତି ଯେଉଁ ନମ୍ବର ତାଙ୍କ ପାଖକୁ ଫୋନ ଯାଇଥିଲା । କ୍ୟାବ୍ କମ୍ପାନୀକୁ ଯୋଗାଯୋଗ କରି ଡ୍ରାଇଭରର ଡିଟେଲ ମଗାଯାଇଛି । ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.