Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବିଲେଇକୁ ମାରିବା ପାଇଁ କ୍ଷୀରରେ ବିଷ ମିଶାଇଥିଲେ ମହିଳା, ଅଜାଣତରେ ପିଇଦେଲା ପୁଅ, ତା’ପରେ…

10/03/2021 at 5:10 PM

ଗଡଓ୍ବା ୧୦/୦୩: କଥାରେ ଅଛି ‘ଯେ ପାଞ୍ଚେ ପର ମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’ ।  ପରର ଅମଙ୍ଗଳ ଚିନ୍ତା କଲେ ନିଜେ ଅସୁବିଧାରେ ପଡ଼ିବା ଭଳି ଖବର ବହୁତ ଶୁଣିବାକୁ ମିଳେ। ସେମିତି ଏକ ଘଟଣା ସାମ୍ନାକୁ ଆସିଛି।  କ୍ଷୀରରେ ବିଷ ଦେଇ ବିଲେଇକୁ ମାରିବା ପାଇଁ ମହିଳା ଯୋଜନା କରିଥିଲେ। କିନ୍ତୁ ଘଟିଲା କିଛି ଓଲଟା। ସେହି ବିଷ ମିଶା କ୍ଷୀରକୁ ମହିଳାଙ୍କ ପୁଅ ପିଇ ଦେଲା । ବିଷାକ୍ତ କ୍ଷୀର ପାନ କରିବା ପ​‌ରେ ୧୨ ବର୍ଷୀୟ ନାବାଳାକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ଘଟଣାଟି ଝାଡ଼ଖଣ୍ଡର ମେଢ଼ନା ଗାଁରେ ଘଟିଛି। ବିଲେଇ କ୍ଷୀର ପିଇ ନଥିବା ବେଳେ ମହିଳାଙ୍କ ପୁଅ ପିଇ ଦେବାରୁ ଗୁରୁତର ହୋଇପଡ଼ିଥିଲା। ସଂଗେସଂଗେ ହସ୍ପିଟାଲ ନନେଇଥିଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ଡାକ୍ତର କହିଛନ୍ତି। ଏବେ ନାବାଳକର ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଭଲ ଥିବା କୁହାଯାଉଛି । ସଦର ହସ୍ପିଟାଲ ନେବାର ଟିକିଏ ବିଳମ୍ବ ହୋଇଥିଲେ ପିଲାଟିର ବଞ୍ଚିବା ସମ୍ଭବପର ହୋଇନଥାନ୍ତା ବୋଲି ଡାକ୍ତର କହିଛନ୍ତି।

ଘଟଣା ପରେ ପିଲାର ମା’ କହିଛନ୍ତି ଘରେ ବିଲେଇ ବଡ଼ ହଇରାଣ କରୁଛନ୍ତି।  ବାରମ୍ବାର କ୍ଷତି ସହୁଥିବାରୁ ବିଲେଇକୁ କ୍ଷୀରରେ ବିଷ ଦେଇ ମାରିବାକୁ ଯୋଜନା କରିଥିବା ସେ ମାନିଛନ୍ତି। ବିଷ ମିଶାଇ କ୍ଷୀର ଘରେ ରଖିଥିବା ବେଳେ ତାଙ୍କ ପୁଅ ପିଇ ଦେଇଥିଲା। ଏମିତି ହେବ ବୋଲି ସେ ଭାବିନଥିବା ମହିଳାଜଣଙ୍କ କହିଛନ୍ତି।

ମହିଳା ଜଣଙ୍କ କହିଛନ୍ତି, କ୍ଷୀରରେ ବିଷ ମିଶିଥିଲା ବୋଲି କାହାକୁ କହିନଥିଲେ। ତାଙ୍କ ପୁଅ ବାହାରୁ ଖେଳି ସାରିବା ପରେ ଘରକୁ ଆସି କ୍ଷୀର ପିଇଦେଇଥିଲେ। ବିଷାକ୍ତ କ୍ଷୀର ପିଇଦେବାରୁ ପିଲାଟିର ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏବେ କିନ୍ତୁ ସେ ଭଲ ଥିବା ଜଣାପଡ଼ିଛି।  

   Related Posts