ନଦୀରେ ଭାସିଯାଇ ମହିଳା ନିଖୋଜ, ନିଜ ଘରଠୁ ୩ କିଲୋମିଟର ଦୂରକୁ କାହିଁକି ଆସିଥିଲେ ମହିଳା ତାକୁ ନେଇ ସନ୍ଦେହ

Published By : Prameya-News7 Bureau | September 04, 2019 IST

ଆନନ୍ଦପୁର ୪|୯: ବୈତରଣୀ ନଦୀର ହାବଳେଶ୍ବର ଶିବ ମନ୍ଦିର ଘାଟରେ ନଦୀରେ ବୁଡି ଜଣେ ମହିଳା ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଖବର ଦେବାରୁ ଓଡ୍ରାଫ୍ ଟିମ୍ ନଦୀ ଗର୍ଭରେ ମହିଳାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛି । ନିଖୋଜ ମହିଳା ସ୍ଥାନୀୟ ଜାବିନିପୁର ଗାଁର ପ୍ରଶାନ୍ତ ସେନାପତିଙ୍କ ସ୍ତ୍ରୀ ନିରୁପମା ବୋଲି ଜଣାପଡିଛି ।

{"id":152866}

ଜାବିନିପୁରଠାରୁ ହାବଳେଶ୍ବର ନଦୀ ଘାଟର ଦୂରତା ପାଖାପାଖି ୩ କିମି ହୋଇଥିବାବେଳେ କେଉଁ କାରଣରୁ ନିରୁପମା ନଦୀ ଘାଟକୁ ଆସିଥିଲେ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ନିଖୋଜ ନିରୁପମାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ନିଖୋଜର ଦୀର୍ଘ ସମୟ ପରେ ମଧ୍ୟ ନିରୁପମାଙ୍କୁ ଠାବ କରିପାରିନି ଓଡ୍ରାଫ୍ ଟିମ୍। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.