ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ ମହିଳାଙ୍କୁ ବାନ୍ଧି ନିସ୍ତୁକ ମାଡ : ନା ମାନେ ନା

Published By : Prameya-News7 Bureau | June 25, 2018 IST

ମହିଳାଙ୍କୁ ପିଲା ଚୋର କହି ନିସ୍ତୁକ ମାଡ଼ । ଗୋଢ଼ ବାନ୍ଧି କାଠ ଫାଳିଆରେ ମାଡ଼ ମାରିଲେ ବସ୍ତିଲୋକେ । ସାମିଲ ଥିଲେ ପୁରଷ ମହିଳା । ଏମିତି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ପିଡିତା । କିନ୍ତୁ ପୋଲିସ କହିଛି ଦୁଷ୍କର୍ମ ଅଭିଯୋଗ ଭିତିହିନ । ରାଉରକେଲାରେ ଘଟିଛି ଏପରି ଏକ ଅମାନୁଷିକ ଘଟଣା । ଯାହା ସଭ୍ୟ ସମାଜ ଉପରେ ଉଠିଛି ପ୍ରଶ୍ନ ପିଲା ଚୋର କହି ମହିଳାଙ୍କୁ ନିସ୍ତୁକ ମାଡ଼ । ମାନବିକତାକୁ ପଛରେ ପକାଇ ଗୋଢ଼ ବାନ୍ଧି କାଠ ଫାଲିଆରେ ନିସ୍ତୁକ ମାଡ଼ । ପିଲା ଚୋର କହି ମାଡ଼ମାରିଚାଲିଥିଲେ ଲୋକେ । ଏମିତି ମାଡ଼ ଖାଇବା ସମୟରେ ପିଡ଼ତା ମହିଳା କହୁଛନ୍ତି ଯଦି ମୁଁ ପିଲା ଚୋର ତାଙ୍କୁୂ ପୋଲିସରେ ଦେଇଦିଅ ନଚେତ ପୀଡିତା ନିଜେ ପୋଲସିକୁ ଯିବେ । କିନ୍ତୁ ଲୋକେ ପୀଡିତାର ଗୁହାରୀ ଶୁଣିବାକୁ ନାରାଜ, ମାରି ଚାଲୁଥିଲେ ମାଡ଼ ଯାହା ଅମାନୁଷିକତାର ଏକ ଚିତ୍ର ।ଏମିତିକି ଦୁଷ୍କର୍ମ ଊଦ୍ୟମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡିତା । ଗତ ୧୭ ତାରିଖ ବିଳମ୍ବିତ ରାତିରେ ଘଟିଛି ଘଟଣା । ଘଟଣା ଘଟିଛି ଇସ୍ପାତ ନଗର ରାଉରକେଲାରେ । ଗୋପବନ୍ଧୁପଲ୍ଲୀ ଇନ୍ଦିରା ନଗରର ମହିଳା କେଟ୍ରିନ କାମ ସାରି ଫେରୁଥିଲେ ଘରକୁ କିନ୍ତୁ ଗୋପବନ୍ଧୁପଲ୍ଲୀ ନିକଟରେ ତାଙ୍କୁ ପିଲା ଚୋର କହି ମାଡ଼ ମାରିଲେ । ମାଡ଼ ମାରି ଲହୁ ଲୁହାଣ କରିଦଲେ । ତାପରେ ଗୁରୁତର ଅବସ୍ଥାରେ ପିଡ଼ତା ମହିଳାଙ୍କୁ ତାଙ୍କ ପଡ଼େ।ଶୀ ରାଉରକେଲା ସରକାରୀ ଡ଼।କ୍ତରଖାନାରେ ଭର୍ତୀ କରାଇଥିଲେ । ଚିକିସ୍ବାପରେ ପିଡ଼ତା ଘରକୁ ଫେରୁ ପ୍ଲାଂଟ ସାଇଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୋଗକୁ ଗ୍ରହଣ କରିନଥିଲେ । ପରେ ଏସ୍ପିଙ୍କ ନିର୍ଦ୍ଧଶେ କ୍ରମେ ମାମଲା ରୁଜୁ ହେବା ସହ ମାଡ଼ ମାରିଥିବା ଅଭିଯୋଗରେ ପୋଲିସ ବାପା କପୁର ଶର୍ମ।ଙ୍କ ସହ ଦୁଇ ପୁଅଙ୍କୁ ଗିରଫ କରିଛି । ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପୀଡିତା ଆଣିଥିବା ଦୁଷ୍କର୍ମ ଅଭିଯୋଗକୁ ଭିତ୍ତିହୀନ ବୋଲି ପୋଲିସ କହିବା ସହ କହିଛିଯେ ପିଲା ଚୋର କହି ମାଡ଼ ମାରିଛନ୍ତି ୫ ହଜାର ଟଙ୍କା ଛଢ଼।ଇ ନେଇଛନ୍ତି ! ମାଡ଼ମାରିବାରେ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି କିନ୍ତୁ ଦୁଷ୍ମର୍ମ କରିବାକୁ ଉଦ୍ୟମ କରାଯାଇନାହିଁ । ବାପ ସହ ଦୁଇ ପୁଅ ମୋଟ ତିନି ଜଣଙ୍କୁ ଗିରଫ ହୋଇଛନ୍ତି ମାଡ଼ ମାରିବାରେ ସଂପୃକ୍ତ ମହିଳା ମାନଙ୍କ ସହ ଆଉ ତୁରନ୍ତ ଗିରଫ ହେବେ ବୋଲି କହିଛନ୍ତି ରାଉରକେଲା ଡ଼ିଏସ୍ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.