ଦୁଇ ଆଇଏସ ଆତଙ୍କବାଦୀଙ୍କୁ ବିବାହ କରିଥିଲେ ମହିଳା : ବିବାହର ପ୍ରଥମ ରାତି ବିତାଇଥିଲେ ରକ୍ତ ରଂଜିତ ନିର୍ଯ୍ୟାତନା ଗୃହରେ

Published By : Prameya-News7 Bureau | February 20, 2019 IST

ଆଇଏସଆଇଏସ ଆତଙ୍କୀ ସଂଗଠନର ବଧୂ ହେବା ପାଇଁ ସିରିଆ ଯାଉଥିବା ଜଣେ ମହିଳା କହିଛନ୍ତି ଯେ, ତାଙ୍କ ପ୍ରଥମରାଟି ବହୁତ ଭୟଙ୍କର ଥିଲା | ବିବାହ ପରର ତାଙ୍କର ପ୍ରଥମ ରାତି ରକ୍ତ ରଂଜିତା ଏକ ନିର୍ଯ୍ୟାତନା ଗୃହରେ ହୋଇଥିଲା | ୨୬ ବର୍ଷ ବୟସ୍କା ମହିଳାଙ୍କୁ ଏବେ ଜର୍ମାନୀରେ ହେପାଜତରେ ରଖାଯାଇ ପଚରାଉଚୁରା କରାଯାଉଛି | ଆଇଏସଆଇଏସର ଜଣେ ଯୁବକକୁ ଦେଖି ପ୍ରଭାବିତ ହୋଇ ମହିଳା ତା'ସହ ଚାଲିଯାଇଥିଲେ | ଏହା ପୂର୍ବରୁ ମହିଳା ଅନ୍ୟ ଏକ ଦେଶରେ ରହୁଥିଲେ | କିନ୍ତୁ ମହିଳା ସେଠାରେ ଖୁସି ନଥିବା କହିଛନ୍ତି | ସେତେବେଳେ ମହିଳାଙ୍କର ମାରିଓ ନାମକ ଜଣେ ଯୁବକ ସହ ଦେଖା ହୋଇଥିଲା | ଯୁବକ ମହିଳାଙ୍କୁ ଆଇଏସଆଇଏସ ଜୀବନଶୈଳୀ ବିଷୟରେ କହିଥିଲା | ପ୍ରଥମଥର ପାଇଁ ଯେତେବେଳେ ମହିଳା ଯୁବକକୁ ଦେଖିଥିଲେ ସେତେବେଳେ ସେ ମିଲିଟାରୀ ପୋଷାକ ପିନ୍ଧିଥିଲା | ମୁହଁରେ ଦାଢ଼ି ଏବଂ ହାତରେ ଅସ୍ତ୍ର ଥିଲା | ମହିଳାଙ୍କୁ ଯୁବକର ବେଶଭୂଷା ଆକର୍ଷଣୀୟ ଲାଗିଥିଲା | ଏହାପରେ ମହିଳା ଆଇଏସଆଇଏସ ଯୁବକ ସହ ବିବାହ କରିଥିଲେ | ବିବାହ ପରେ ମହିଳା ଯୁବକର କଥାରେ ପ୍ରଭାବିତ ହୋଇ ତା'ସହ ସିରିଆ ଚାଲିଯାଇଥିଲେ |

{"id":87033,"width":585,"height":390}


୨୬ ବର୍ଷ ବୟସ୍କା ଡେରିୟା ଓ କହିଛନ୍ତି ଯେ, ସେ ଜର୍ମାନୀରେ ରହୁଥିବା ତୁର୍କୀସ ପରିବାରରୁ ଆସିଛନ୍ତି | ମହିଳା କହିଛନ୍ତି ଯେ, ବିବାହ ପରେ ମହିଳା ଯେତେବେଳେ ଯୁବକ ସହ ପ୍ରଥମ ରାତି ବିତାଇ ଥିଲେ ସେ ଜାଗା ଅତ୍ୟନ୍ତ ଭୟଙ୍କର ଥିଲା | ଯେଉଁ ଜାଗାରେ ସେମାନେ ରାତି ବିତାଇଥିଲେ ସେ ଜାଗା ନିର୍ଯ୍ୟାତନା ଗୃହ ଥିଲା | ଗୃହର ଛାତରେ ଚେନ ଝୁଲୁଥିଲା | କାନ୍ଥ ସାରା ରକ୍ତ ଛିଟା ପଡିଥିଲା | ଗୃହ ଭିତରେ ରକ୍ତ ଏପର ସେପଟ ହୋଇ ପଡିଥିଲା | ସେ ଅତ୍ୟନ୍ତ ଭୟଙ୍କର ଥିଲା ବୋଲି କହିଛନ୍ତି ଡେରିୟା |

{"id":87034,"width":584,"height":366}


ସିରିଆ ଯିବାପରେ ଡେରିୟାଙ୍କୁ ସେଠାରେ ବୁର୍ଖା ପିନ୍ଧିବାକୁ ପଡିଥିଲା | ମହିଳାକୁ କିନ୍ତୁ ସେସବୁ ଭଲ ଲାଗୁନଥିଲା | ୨୦୧୫ ମସିହାରେ ମହିଳା ନିଜ ସ୍ୱାମୀ ସହ ଇରାକ ଚାଲିଯାଇଥିଲେ | ସେଠାରେ ସେ ଏକ ସନ୍ତାନ ଜନ୍ମ ଦେଇଥିଲେ | ସନ୍ତାନ ଜନ୍ମ ପରେ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡା ହେଉଥିଲା | ଯାହାଫଳରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ |

{"id":87035,"width":587,"height":391}


ଏହାପରେ ମହିଳା ଆଇଏସଆଇଏସର କମାଣ୍ଡର ଆବୁ ସାଲାହୁଦ୍ଦିନଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ | କିନ୍ତୁ ବିବାହର ଦୁଇ ମାସ ପରେ ଏକ ଆକ୍ରମଣରେ ଆବୁର ମୃତ୍ୟୁ ହୋଇଥିଲା | ଦ୍ୱିତୀୟ ସ୍ୱାମୀର ମୃତ୍ୟୁ ପରେ ଡେରିୟା ପୁଣି ନିଜ ପ୍ରଥମ ସ୍ୱାମୀ ପାଖକୁ ଫେରି ଯାଇଥିଲେ | କିନ୍ତୁ ଗୁଇନ୍ଦା ସୂଚନା ଦେଉଥିବା ସନ୍ଦେହରେ ଯୁବକକୁ ଆଇଏସଆଇଏସ ହତ୍ୟା କରିଥିଲା | ଏହାପରେ ମହିଳାଙ୍କୁ ତୁର୍କୀ ଜେଲରେ ରଖାଗଲା | ୨୦୧୭ ମସିହାରେ ମହିଳାଙ୍କୁ ଜର୍ମାନୀକୁ ପଠାଇ ଦିଆଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.