Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଦୁର୍ଦ୍ଦାନ୍ତ ମାଓନେତ୍ରୀ ଇଡେ ମାଢି କଲା ଆତ୍ମସମର୍ପଣ

3/12/2018 at 3:02 PM

ମାଲକାନଗିରି ୩|୧୨ : ମାଓବାଦୀଙ୍କ ପିଏଲଜିଏର ଦ୍ଵିତୀୟ ଦିନରେ ମାଲକାନଗିରି ପୋଲିସକୁ ମିଳିଛି ଏକ ବଡ ସଫଳତା । ଭାଙ୍ଗିଲା ଓଡିଶା ଛତିଶଗଡରେ ହିଂସା ଘଟାଉଥିବା ଲାଲଦୁନିଆର ଲାଲଗଡ । ପଡିଆ ମାଓ ଦଲମର ଦୁର୍ଦ୍ଦାନ୍ତ ଶେଷ ମାଓନେତ୍ରୀ ଇଡେ ମାଢି ଓରଫ ଜିୱାନି ଆଜି ମାଲକାନଗିରି ଏସ.ପିଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ସୂଚନା ମୁତାବକ ଏହି ମାଓନେତ୍ରୀଙ୍କ ଆତ୍ମ ସମର୍ପଣ ପରେ ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲାର ପଡିଆ ଓ ଛତିଶଗଡ ସୁକୁମା ଜିଲ୍ଲାର ଦର୍ନାପାଲ ଅଞ୍ଚଳରେ ହିଂସାକାଣ୍ଡ ଘଟାଇଥିବା ପଡିଆ ଦଲମର ଆଜି ଅନ୍ତ ଘଟିଛି । ଏହି ପଡିଆ ଦଲମର ଶେଷ କମ୍ରେଡ ଇଡେ ମାଢି ସରକାରଙ୍କ ଉନ୍ନୟନ ମୂଳକ ଯୋଜନାରେ ଆକୃଷ୍ଟ ହୋଇ ଆଜି ମୁଖ୍ୟଶ୍ରୋତକୁ ଫେରିଛନ୍ତି । ଦୀର୍ଘ ବର୍ଷ ଧରି ସେ ସଂଘଠନରେ କାର୍ଯ୍ୟ କରି ଅନେକ ହିଂସା କାଣ୍ଡ ଘଟାଇ ଚର୍ଚିତ ଥିଲେ ଏହି ମାଓ ନେତ୍ରୀ ଇଡେ ମାଢି । କିନ୍ତୁ ତାଙ୍କର ଆତ୍ମ ସମର୍ପଣ ପରେ ତାଙ୍କ ନାମରେ ପୂର୍ବରୁ ରୁଜୁ ହୋଇଥିବା ସମସ୍ତ ମାମଲା ପୋଲିସ ପ୍ରତ୍ୟାହାର କରିନେବା ସହ ଇଡେଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସ.ପି. କହିଛନ୍ତି ।

   Related Posts