Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚମକିଲେ ଆୟର-ତ୍ରିପାଠୀ, ଏମଆଇକୁ ୭ ଓ୍ବିକେଟ୍‌ରେ ମାତ୍‌ ଦେଲା କେକେଆର
  • ||
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ନେତ୍ରୀ ଶାନ୍ତି

14/01/2019 at 2:38 PM

ମାଲକାନଗିରି ୧୪|୧: ପୁଣି ମୁଖ୍ୟ ଶ୍ରୋତକୁ ଫେରିଛନ୍ତି ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ଶାନ୍ତି । ମାଲକାନଗିରି ପୋଲିସ ନିକଟରେ କରିଛନ୍ତି ଆତ୍ମସମର୍ପଣ । ସୂଚନା ଅନୁସାର ଦୀର୍ଘ ବର୍ଷ ଧରି ମାଲକାନଗିରି ଜିଲ୍ଲାର କାଲିମେଳା ଦଲମ ସହ ଆନ୍ଧ୍ର ଓଡିଶା ଜୋନାଲ କମିଟିରେ ଏସିଏମ ଭାବେ କାର୍ଯ୍ୟ କରି ପୋଲିସ ପାଇଁ ମୁଣ୍ଡ ବ୍ୟଥା ସାଜିଥିବା ଦୁର୍ଦ୍ଧାନ୍ତ ମାଓ ନେତ୍ରୀ ଶାନ୍ତି ବିଚ୍ଛିନ୍ନାଞ୍ଚଳରେ ଓଡିଶା ସରକାରଙ୍କ ଦ୍ଵାରା ଗୁରୁପ୍ରିୟା ସେତୁ ନିର୍ମାଣ କରାଯିବା ପରେ ସେଠାରେ ପାଦ ଥାପିଥିବା ଉନ୍ନୟନ ମୂଳକ ଯୋଜନାରେ ଆକୃଷ୍ଟ ହେବା ସହ ବିଏସଏଫ୍ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ସୁରକ୍ଷାରେ ନିୟୋଜିତ ଥିବା ଯବାନଙ୍କ କମ୍ବିଂ ଅପରେସନ ଜୋରଦାର ହେବାରୁ ସେ ନିଜକୁ ଅସୁରକ୍ଷିତ ମନେ କରି ଆଜି ମାଲକାନଗିରି ପୋଲିସ ଓ ବିଏସଏଫ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବିଶେଷ କରି ବିଚ୍ଛିନ୍ନାଞ୍ଚଳର ଦୁର୍ଦ୍ଦାନ୍ତ ମାଓ ନେତା ସୁଧୀର ନକ୍ସଲ ସଂଗଠନରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଶାରୀରିକ ସହ ମାନସିକ ନିର୍ଯାତନା ଦେବା ଏବଂ ମହିଳାମାନଙ୍କ ଦେହ ଖରାପ ହେଲେ ତାଙ୍କର ଚିକିତ୍ସା କରାଯାଉନଥିବା ଦେଖି ସେ ମୁଖ୍ୟ ଶ୍ରୋତକୁ ଫେରିଥିବା ପୋଲିସ ପାଖରେ କହିଛନ୍ତି । ଶାନ୍ତିଙ୍କ ଆତ୍ମସମର୍ପଣ କରିବା ପରେ ପୂର୍ବରୁ ତାଙ୍କ ନାମରେ ଥିବା ୪ଲକ୍ଷ ଟଙ୍କାର ଅର୍ଥ ରାଶି ତାଙ୍କୁ ପ୍ରଦାନ କରାଯିବା ସହ ତାଙ୍କ ଭବିଷ୍ୟତକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାରେ ତାଙ୍କୁ ସାମିଲ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି ।

   Related Posts