Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ମାଲକାନଗିରି ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

8/03/2020 at 1:36 PM

ମାଲକାନଗିରି ୮।୩: ବିଶ୍ଵ ମହିଳା ଦିବସରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମହିଳା ମାଓବାଦୀ ଦେବେ ସେ।ଡି । ଛତିଶଗଡ ଦାନ୍ତେୱାଡା ଜିଲ୍ଲାର ଦେବେ ସୋଡି ୨୦୧୨ରେ ମାଓ ସଂଠନରେ ଯୋଗ ଦେଇଥିଲେ । ଗତ ଆଠ ବର୍ଷ ମଧ୍ୟରେ ଛତିଶଗଡ ଓ ମାଲକାନଗିରି ଜିଲ୍ଲାରେ ଅନେକ ହିଂସା କାଣ୍ଡ ଘଟାଇଛନ୍ତି । ନିକଟରେ ତାଙ୍କୁ ଦରଭା ନକ୍ସଲ ସଂଗଠନର ଏସିଏମ ରାଙ୍କ ମିଳିଥିଲା ।

ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ରାଜ୍ୟ ସରକାର ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ । ମାଓ ସଂଗଠନରେ ଏବେ କୌଣସି ନୀତି ଆଦର୍ଶ ନଥିବାବେଳେ ମହିଳା ମାଓବାଦୀମାନଙ୍କୁ ମାଓ ସଂଗଠନରେ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି । ତେଣୁ ଦେବେ ସୋଡି ନକ୍ସଲ ସଂଗଠନ ଛାଡି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା କହିଛନ୍ତି ମାଲକାନଗିରି ଏସପି ।

ଦେବେଙ୍କ ସହ ପୂର୍ବରୁ ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ୧୬ ଜଣ ମହିଳା ମାଓବାଦୀଙ୍କୁ ବିଶ୍ଵ ମହିଳା ଦିବସରେ ସମ୍ମାନିତ କରାଯାଇଛି । ଏହାକୁ ଦେଖି ଅନ୍ୟ ମାଓବାଦୀମାନେ ସମାଜର ମୁଖ୍ୟ ସ୍ରେ।ତରେ ସାମିଲ ହେବେ ବୋଲି ଆଶା ରଖିଛି ମାଲକାନଗିରି ପୋଲିସ ।

   Related Posts