Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ଆତ୍ମସମର୍ପଣ କରିଥିଲେ, ଏବେ ଆତ୍ମହତ୍ୟା କଲେ ମହିଳା ମାଓବାଦୀ

25/05/2020 at 9:13 PM

ଫୁଲବାଣୀ, ୨୫|୦୫:  ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣେ ମହିଳା ମାଓବାଦୀ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ସୋମବାର ସକାଳେ ସେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନାନୁସାରେ, ମହିଳା ମାଓବାଦୀ ସିଜୁ କହଁର ଓ ଓରଫ ପିଙ୍କି ୨୦୧୬ରେ ମାଓ ସଙ୍ଗଠନରେ ସାମିଲ ହୋଇଥିଲେ । ତେବେ ସେ ଗତବର୍ଷ ମାର୍ଚ୍ଚ ୨୯ ତାରିଖରେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମ ସମର୍ପଣ କରିଥିଲେ । ,ସରକାରଙ୍କ ନିୟମାନୁଯାୟୀ ତାଙ୍କୁ ଥଇଥାନ କରାଯିବା ସହ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଇଥିଲା । ତେବେ ଆତ୍ମ ସମର୍ପଣ ପରେ ତାଙ୍କୁ ମାଓ ସଙ୍ଗଠନ ପକ୍ଷରୁ ଲଗାତାର ଧମକ ଦିଆଯାଉଥିଲା । ତେଣୁ ତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାଦିକୁନ୍ଦା ସ୍ଥିତ ପୋଲିସ ବାରାକର ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଥିଲା ।

କିଛିଦିନ ତଳେ ଜିଲ୍ଲା ପୋଲିସ ତରଫରୁ ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ଏଥିରେ ସିଜୁ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ପ୍ରୋତ୍ସାହନ ବାବଦରେ କହିବା ସହ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ମଧ୍ୟ କରିଥିଲେ । ତେବେ ସୋମବାର ସକାଳ ୮ଟାରେ ତାଙ୍କ ମୃତଦେହ ବାରାକରୁ ଉଦ୍ଧାର ହୋଇଛି । ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts