ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ

Published By : Prameya-News7 Bureau | December 02, 2020 IST

ଜୟପୁର ୨।୧୨: ଆତ୍ମସମର୍ପଣ କଲେ ମହିଳା ମାଓବାଦୀ । କୋରାପୁଟ ଏସପିଙ୍କ ନିକଟରେ ମହିଳା ମାଓବାଦୀ ରାମୀ ମାଡକାମୀ ଆତ୍ମ ସମର୍ପଣ କରିଛନ୍ତି । ରାମୀ ୨୦୧୩ ମସିହାରୁ ମାଓ ସଂଗଠନରେ ଯୋଗ ଦେଇଥିଲା । ସେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସକ୍ରିୟ ଥିଲା ।

ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଅଙ୍ଗରକ୍ଷୀ ଭାବେ ରାମୀ ଦାୟିତ୍ବ ତୁଲାଉଥିଲା । ରାମୀ ନାଁରେ ବିଭିନ୍ନ ଥାନାରେ ରହିଛି ୧୦ରୁ ଅଧିକ ମାମଲା । ରାମୀର ମୁଣ୍ଡ ଜାମିନ୍ ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ରାଜ୍ୟ ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.