Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ମହିଳା ମାଓବାଦୀଙ୍କ ହାତରେ ବନ୍ଧୁକ ବଦଳରେ ଝାଡୁ

25/11/2019 at 8:56 PM

ମାଲକାନଗିରି ୨୫।୧୧ –  ମହିଳା ମାଓବାଦୀଙ୍କ ହାତରେ ଝାଡୁ । ମାଲକାନାଗିରି ସଦର ଚିକିତ୍ସାଳୟରେ ସଫେଇ କାମ କରି ଲେ।କଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା ମାଓବାଦୀ । ଦୀର୍ଘ ୧୦ବର୍ଷ ଧରି ନକ୍ସଲ ସଙ୍ଗଠନରେ କାମ କରିବା ପରେ ସମାଜର ମୁଖ୍ୟ ସ୍ରେ।ତରେ ସାମିଲ ହେ।ଇଛନ୍ତି ଅନେକ ମହିଳା ମାଓବାଦୀ । ଆଉ ଏବେ ହିଂସା ନୁହେଁ, ସ୍ବାଭିମାନର ସହ ବଞ୍ଚିବାକୁ ନେଇଛନ୍ତି ଶପଥ ।

ବନ୍ଧୁକ ବଦଳରେ ଝାଡୁ । ହିଂସା ଛାଡି ସମାଜର ମୁଖ୍ୟ ସ୍ରେ।ତରେ ସାମିଲ ହେ।ଇଛନ୍ତି ଅନେକ ମହିଳା ମାଓବାଦୀ ।ବନ୍ଧୁକ ବଦଳରେ ଝାଡୁ ଧରି ଲେ।କଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି । ୧୦ ବର୍ଷ ଧରି ନକ୍ସଲ ସଙ୍ଗଠନରେ ସକ୍ରିୟ ସଦସ୍ୟ ଥିଲେ ଏମାନେ ।ନାଲିଆଖି ଦେଖାଇ ଲେ।କଙ୍କୁ ଭୟଭୀତ କରୁଥିଲେ । ଲାଲ୍ ଗଡରେ ନିଜର କାର୍ଯ୍ୟ ଦକ୍ଷତା ଯେ।ଗୁଁ ସେମାନଙ୍କୁ ମିଳିଥିଲା ଡି.ସି.ଏମ ର୍ୟାଙ୍କ ପଦବି ।କିନ୍ତୁ ନିଜ ଘର, ପରିବାର ଠାରୁ ଦୂରରେ ରହିବା ସେମାନଙ୍କୁକ ଷ୍ଟ ଦେଇଥିଲେ । ଶେଷରେ ୨୦୧୭ରେ ଏମାନେ ଲାଲଗଡ ଛାଡି ମାଲକାନାଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଆଉ ଆତ୍ମସମର୍ପଣର ୨ ବର୍ଷ ପରେ ମୁଖ୍ୟ ସ୍ରେ।ତରେ ସାମିଲ ହେ।ଇପାରିଛନ୍ତି ଏମାନେ ।

ମାଳତି କବାସି ଓ ଦେବେ ମାଢିଙ୍କ ପରି ଅନେକ ମହିଳା ମାଓବାଦୀ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । ସେମାନଙ୍କ ଦକ୍ଷତା ଅନୁଯାଇ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ବୈଷର୍ୟିକ ତାଲିମ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ମହିଳା ମାଓବାଦୀ ଏବେ ଜିଲ୍ଲା ସଦର ଚିକିତ୍ସାଳୟରେ ସୁଇପର ଭାବେ ନିଯୁକ୍ତି ପାଇଛନ୍ତି । ମାସକୁ ୬ ହଜାର ଟଙ୍କା ଦରମା ପାଉଥିବା ଏହି ମହିଳା ନକ୍ସଲ ମାନେ ଏବେ ସଫେଇ କାର୍ଯ୍ୟ କରି ଲୋକଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦେଉଛନ୍ତି ।

ଲାଲଗଡ ଛାଡିବାର ସାହାସ କେବଳ ଏମାନଙ୍କ ପରିଚୟ ବଦଳାଇନି ବରଂ ଅନ୍ୟ ମାଓବାଦୀମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ପ୍ରେରଣା ଯୋଗାଇବ ନିଶ୍ଚିତ ।

   Related Posts