Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ମହିଳାଙ୍କ ଚାରୋଟି ଭୋଟର ପରିଚୟ ପତ୍ରରେ ଚାରୋଟି ସ୍ଵାମୀଙ୍କ ନାଁ, ଜିଲ୍ଲାଧିକାରୀ ଅଡ଼ୁଆରେ

3/02/2019 at 8:35 PM

କାନପୁର ୩/୨-ମହିଳାଙ୍କ ୪ଟି ଭୋଟର ପରିଚୟରେ ୪ଟି ସ୍ଵାମୀଙ୍କ ନାଁ ଦେଖି ଜିଲ୍ଲାଧିକାରୀ ଅଡ଼ୁଆରେ । ଏହି ଘଟଣାର  ସତ୍ୟତା ଜାଣିବା ପାଇଁ ଜିଲ୍ଲାଧିକାରୀ ଦେଇଛନ୍ତି ତଦନ୍ତ ନିର୍ଦ୍ଦେଶ ।

ଏହିଭଳି ଘଟଣା ଘଟିଛି ଫତେହଗଡ଼ ଅଂଚଳରେ । ମହିଳାଙ୍କ ଭୋଟର ପରିଚୟ ପତ୍ରରୁ ଜଣାପଡ଼ିଛି ସେ ଥରକୁଥର ବିବାହ କରିବା ସହ ବଦଳେଇଛନ୍ତି ନିଜର ଠିକଣା ।

ଆଶିୟା ନାମକ ଜଣେ ମହିଳାଙ୍କ ବାବଦରେ ମଣ୍ଡଳ ଆୟୁକ୍ତଙ୍କ ପାଖରେ ପହଂଚିଥିଲା ଏହି ଘଟଣା । ଏହି ଘଟଣାରେ ୪ଟି ଭୋଟର ପରିଚୟରେ ମୋହଲ୍ଲା ଭୂଷାମଣ୍ଡି, ମୋହଲ୍ଲା ନବଦିଆ  ,ସିବିଲ ଲାଇନ ଥିବାବେଳେ ଅନ୍ୟଟି ନିଜ ବାପଘର ଠିକଣାରେ ଅଛି । ତିନୋଟିରେ ଅଲଗା ଅଲଗା ସ୍ଵାମୀଙ୍କ ନାଁ ଥିବାବେଳେ ଗୋଟିଏରେ ବାପାଙ୍କ ନାଁ ଲେଖାଥିବା ଜଣାଯାଇଛି । ସିବିଲ ଲାଇନରେ ଥିବା ଭୋଟର ପରିଚୟରେ ଜଣେ ହୋଟେଲ ମାଲିକଙ୍କ ନାଁ ସ୍ଵାମୀ ହିସାବରେ ଲେଖାଥିବା ଜଣାଯାଇଛି ।

ଏହି ଘଟଣାରେ ଏସଡ଼ିଏମଙ୍କ ଅଫିସ ତରଫରୁ ଓ୍ଵେବସାଇଟରେ ଯାଂଚ କଲା ପରେ କେବଳ ହୋଟେଲ ମାଲିକ ସ୍ଵାମୀଥିବା ପରିଚୟ ପତ୍ର କାଏମ ଥିବା ଜଣାଯାଇଛି । ଅନ୍ୟଗୁଡ଼ିକ ପରିଚୟ ପତ୍ର ଓ୍ଵେବସାଇଟରେ ଦେଖାଯାଉ ନ ଥିବା ଜଣାଯାଇଛି ।

ଏହି ଭୋଟର ପରିଚୟ ପତ୍ର ନକଲି କରାଯାଇଥିବା ଜଣାଯାଇଛି । ଏହି ପରିଚୟ ପତ୍ର ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା କହିଛନ୍ତି ଜିଲ୍ଲାଧିକାରୀ ମୋନିକା ରାଣୀ କହିଛନ୍ତି । ଏ ବାବଦରେ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts