Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ପ୍ରେମ ଆଗରେ ହାର ମାନିଛି ସମୟ, ଦିବ୍ୟାଙ୍ଗ ପ୍ରେମିକକୁ ଆପଣେଇ ଗଢିଛନ୍ତି ସ୍ବପ୍ନର ସଂସାର

20/08/2019 at 7:04 PM

ଯାଜପୁର୨୦।୮- ପ୍ରେମ ମାନେନି ବାଧା ବନ୍ଧନ । ଯେତେ ସମସ୍ୟା ଆସିଲେ ବି ଦୁଇଟି ମନ ପରସ୍ପର ସହ ଯୋଡ଼ି ହୋଇ ରହିବାକୁ ଚାହାଁନ୍ତି । ଏମିତି ଦୁଇ ସଚ୍ଚା ପ୍ରେମୀ ହେଲେ ଯାଜପୁର ରସୁଲପୁର ଏକତାଳ ଗାଁର ଅଶୋକ ଏବଂ ବିଜୟଲକ୍ଷ୍ମୀ ।ଅଶୋକଙ୍କ ଦୁଇଟି ଗୋଡ଼ କଟିଥିଲେ ବି ପ୍ରେମିକା ବିଜୟଲକ୍ଷ୍ମୀ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । କେମିତି ଏମାନଙ୍କ ପ୍ରେମ ହେଲା ଆଉ କେମିତି ଅଶୋକ ଗୋଡ଼ ହରାଇଲେ  …ଚାଲନ୍ତୁ ଜାଣିବା ଆମର ଏଇ ରିପୋର୍ଟରୁ । 

ପ୍ରଥମେ ବନ୍ଧୁତା । ତାପରେ ୪ ଆଖିର ମିଳନ ।  ଆମେ କହୁଛୁ ଅଶୋକ-ଏବଂ ବିଜୟଲକ୍ଷ୍ମୀଙ୍କ  କେମିତି ଆରମ୍ଭ ହୋଇଥିଲା  ପ୍ରେମ ସମ୍ପର୍କ । ଯାଜପୁର ଏକତାଳ ଗାଁର ଅଶୋକ ପଢ଼ା ସରିବା ପରେ ଏକ କୋରିଅର କମ୍ପାନୀରେ ଚାକିରୀ କରିଥିଲେ ।ପ୍ରତିଦନ ଟ୍ରେନ ଯୋଗେ ଯାତାୟତ କରୁଥିଲେ । ଅଫିସରେ କାମ କରୁଥିବା ବିଜୟଲକ୍ଷ୍ମୀଙ୍କ ସହ ତାଙ୍କର ପ୍ରେମ ହେଇଥିଲା । ଜନ୍ମଜନ୍ମାନ୍ତରର ସାଥୀ ହେବାକୁ ନିଷ୍ପତ୍ତି ନେଇ ସ୍ବପ୍ନ ଦେଖିଥିଲେ ଲାଗନ୍ତି ଉଭୟ ।ହେଲେ ହଠାତ୍ ଏକ ଦୁର୍ଘଟଣା ସବୁକିଛି ଓଲଟ ପାଲଟ କରିଦେଇଥିଲା ।କାମ ସାରି ଘରକୁ ଫେରିବା ବେଳେ ଟ୍ରେନରୁ ଖସିପଡ଼ିଥିଲେ ଅଶୋକ ।ଏଇ ଦୁର୍ଘଟଣା ଯୋଗୁଁ ତାଙ୍କୁ ୨ଟି ଯାକ ଗୋଡ଼ ହରାଇବାକୁ ପଡ଼ିଥିଲା । ଅଶୋକ ଭାବିଥିଲେ ବିଜୟଲକ୍ଷ୍ମୀ ତାଙ୍କ ଠାରୁ ଦୂରେଇ ଯିବେ । ହେଲେ ପରିବାରର ବିରୋଧ ସତ୍ତ୍ବେ  ୨୦୧୫ରେ ବିବାହ କରନ୍ତି ଅଶୋକ ଏବଂ ବିଜୟଲକ୍ଷ୍ମୀ ।

ନିଜର ଦୁଇଟି ଗୋଡ ହରାଇଥିଲେ ମଧ୍ୟ  ଭାଙ୍ଗି ପଡି ନାହାନ୍ତି  ଅଶୋକ । ଗାଁରେ ଏକ ପାନଦୋକାନ କରି ପରିବାର ପୋଷୁଛନ୍ତି । କୋଳରେ ୩ ବର୍ଷର ପୁଅ । ଦୋକାନ ପଇସାରେ ଚଳିବା କଷ୍ଟ ହେଉଛି । ତଥାପି ପ୍ରେମିକା ପତ୍ନୀ ବିଜୟଲକ୍ଷ୍ମୀ କେବେ ଧର୍ଯ୍ୟହରା ହୋଇନାହାନ୍ତି ।

ଅଭାବ ଅନଟନ ଲାଗିରହିଛି । ହେଲେ ଦୁଇ ପ୍ରେମ ପକ୍ଷୀ ଗୋଟିଏ ବନ୍ଧନରେ ବାନ୍ଧି ହୋଇ ସବୁ କିଛି ଭୁଲିଯାଇଛନ୍ତି ।   

   Related Posts